ଆଇଆଇଏମ ଶିକ୍ଷାନୁଷ୍ଠାନରେ ୬୧ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

(କୋଲକାତା) : ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଗତ ୨ ଦିନ ମଧ୍ୟରେ ଆଇଆଇଏମ୍‌ କୋଲକାତାର ୬୧ ଛାତ୍ରଛାତ୍ରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଲେଣି । କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀଙ୍କର ଚିକିତ୍ସା ନିମନ୍ତେ ୩ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।
ସୂଚାନୁଯାୟୀ , କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଏପ୍ରିଲ ଆରମ୍ଭ ସୁଦ୍ଧା ୫୭୦ ଜଣ ଛାତ୍ରଛାତ୍ରୀ କ୍ୟାମ୍ପସ ଛାଡ଼ି ସାରିଥିଲେ । ଏବେ କ୍ୟାମ୍ପସ ମଧ୍ୟରେ ୩୩୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ ଜଣ କରୋନା ସଂକ୍ରମିତ ଅଛନ୍ତି । ସମସ୍ତ ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ମଧ୍ୟରେ ଆଇସୋଲେସନ୍‌ରେ ରଖାଯାଇଛି ବୋଲି ପ୍ରାଥମିକ ସୂଚନା ମିଳିଛି ।