IIFA ଆୱାର୍ଡ ୨୦୨୨କୁ ସ୍ଥଗିତ ରଖିଲା ଭାରତୀୟ ଫିଲ୍ମ ଏକାଡେମୀ
IIFA ଆୱାର୍ଡ ୨୦୨୨ କୁ ସ୍ଥଗିତ ରଖିଛି ଆନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଏକାଡେମୀ ।
(ୟୁଏଇ) : IIFA ଆୱାର୍ଡ ୨୦୨୨ କୁ ସ୍ଥଗିତ ରଖିଛି ଆନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଏକାଡେମୀ । ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହାନଙ୍କ ମୃତ୍ୟୁ ପରେ IIFA ଏହି ନିଷ୍ପତ୍ତି ନେଇଛି।
ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ୟୁଏଇ ଦେଶରେ ୪୦ ଦିନ ଶୋକ ଘୋଷଣା କରିଛି। ତେଣୁ IIFA, ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ସମବେଦନା ଜଣାଇ ଆୱାର୍ଡ ସମାରୋହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।
ସୂଚନାନୁଯାୟୀ , IIFA ର ଏହି ଆୱାର୍ଡ ସମାରୋହ ମେ ୧୯ ରୁ ୨୨ ପର୍ଯ୍ୟନ୍ତ ଆବୁଧାବିର ୟାସ୍ ଦ୍ୱୀପରେ ଅନୁଷ୍ଠିତ ହେବାର ଥିଲା। ବର୍ତ୍ତମାନ ଏହି ସମାରୋହ ଜୁଲାଇ ୧୪ ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ବିଷୟରେ ସୂଚନା ଦେଇ IIFA ଏକ ବିବୃତ୍ତି ଜାରି କରିଛି।