ପ୍ରଥମ ଜାତୀୟ ରାଜପଥରେ ଅବତରଣ କରିପାରିବ IAF ଯୁଦ୍ଧ ବିମାନ

ଜାତୀୟ ରାଜପଥରେ ଲ୍ୟାଣ୍ଡ କରିପାରିବ ଭାରତୀୟ ବାୟୁସେନାର ବିମାନ ଲଢ଼ାକୁ । ରାଜସ୍ଥାନର ବାଡ଼ମେରରେ ନିର୍ମାଣ ସରିଥିବା ଜାତୀୟ ରାଜପଥରେ ଆଇଏଏଫର ଲଢ଼ାକୁ ବିମାନ ଲ୍ୟାଣ୍ଡ କରିପାରିବ

(ଦିଲ୍ଲୀ) : ଜାତୀୟ ରାଜପଥରେ ଲ୍ୟାଣ୍ଡ କରିପାରିବ ଭାରତୀୟ ବାୟୁସେନାର ବିମାନ ଲଢ଼ାକୁ । ରାଜସ୍ଥାନର ବାଡ଼ମେରରେ ନିର୍ମାଣ ସରିଥିବା ଜାତୀୟ ରାଜପଥରେ ଆଇଏଏଫର ଲଢ଼ାକୁ ବିମାନ ଲ୍ୟାଣ୍ଡ କରିପାରିବ। ବୁଧବାର ଅର୍ଥାତ୍‌ ୮ ତାରିଖରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଜାତୀୟ ରାଜପଥକୁ ଉଦଘାଟନ କରିବେ। ଏହାପୂର୍ବରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବରେ ମଧ୍ୟ ଏୟାର ଷ୍ଟ୍ରିପ୍‌ ନିର୍ମାଣ ହୋଇଛି। ଯେଉଁଠି କେବଳ ଲଢ଼ାକୁ ବିମାନ ଅବତରଣ କରିପାରିବ। କେବଳେ ଲ୍ୟାଣ୍ଡିଂ ନୁହେଁ ଟେକ୍‌ ଅଫ୍‌ ମଧ୍ୟ କରିପାରିବ।

ସୂଚନାନୁଯାୟୀ , ସଡ଼କ ଓ ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଜାତୀୟ ରାଜପଥରେ ପ୍ରସ୍ତୁତ କରାଯାଇଥିବା ପ୍ରଥମ ରନ୍‌ଓ୍ବେକୁ ଉଦଘାଟନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓ ରାଜନାଥ ସିଂହ ବାଡ଼ମେର ଗସ୍ତ କରିବେ। ଜାତୀୟ ରାଜପଥରେ ଲଢ଼ାକୁ ବିମାନ ଲ୍ୟାଣ୍ଡ କରିବାକୁ ଥିବା ରୋଡ ଷ୍ଟ୍ରିପ୍‌ ବାଡମେର ରହିଛି।