ଜୟ ଓ ମାହିଙ୍କୁ ହତ୍ୟାଧମକ

ମୁମ୍ବାଇ:ଟେଲିଭିଜନର ଜଣାଶୁଣା ଅଭିନେତା ଜୟ ଭାନୁଶାଳୀ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ମାହି ବିଜଙ୍କୁ ମିଳିଛି ହତ୍ୟା ଧମକ। ତାଙ୍କ ଘରେ କାମ କରୁଥିବା ରୋଷେୟା ହିଁ ତାଙ୍କୁ ଛୁରୀ ଭୁଷି ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜୟ ଓ ମାହି ପୁଲିସରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ଉକ୍ତ ରୋଷେୟାକୁ ଗିରଫ କରିଛି। ଏନେଇ ଏକ ସାକ୍ଷାତକାରରେ ଖୋଦ୍ ମାହି ବିଜ୍ ସୂଚନା ଦେଇଛନ୍ତି।ଏହି ଘଟଣା ପରେ ଉଭୟ ଭୟଭୀତ ହୋଇଥିବା ମାହି ନିଜ ସୋଶିଆଲ ମିଡିଆରେ ଅନେକ ଗୁଡିଏ ପୋଷ୍ଟ କରିଥିଲେ ।ଏବଂ ରୋଷେୟା ତାଙ୍କୁ ଧମକ ଦେଇଥିବା ବିଷୟରେ ନିଜ ଟ୍ୱିଟର ଆକାଉଂଟରେ ପୋଷ୍ଟ କରିଥିଲେ ଓ ପରେ ତାକୁ ଡିଲେଟ ମଧ୍ୟ କରିଦେଇଥିବା ନଜରକୁ ଆସିଛି ।ଏବେ ଖୋଦ୍ କ୍ୟାମେରା ସାମ୍ନାକୁ ଆସି ମାହି ଏହି ଘଟଣାକୁ ନେଇ ଖୋଲାଖୋଲି ଭାବେ ସୂଚନା ଦେଇଛନ୍ତି।ସେ କହିଛନ୍ତି, ‘ତାଙ୍କ ଘରେ କାମ କରୁଥିବା ଜଣେ ରୋଷେୟା ତାଙ୍କୁ ଛୁରୀ ଭୁଷି ହତ୍ୟା କରିବାକୁ ଧମକ ଦେଇଛି। କାରଣ ତାଙ୍କ ରୋଷେୟା ଲଗାତର ଚୋରି କରୁଛତିଲା। ଏହା ସାମ୍ନାକୁ ଆସିବା ପରେ ମାହି ଓ ଜୟ ତାକୁ କାମରୁ ବାହାର କରିଯିବା ପାଇଁ କହିଥିଲେ। କିନ୍ତୁ ରୋଷେୟା ଜଣକ ପୂରା ମାସର ଦରମା ମାଗି ଥିଲା। ଦରମା ଦେବାକୁ ଯେତେବେଳେ ଏହି ସେଲେବ୍ରିଟି ଦମ୍ପତି ମନା କରିଥିଲେ ସେତେବେଳେ ସେ ଅସଭ୍ୟ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରିବା ସହ ପୂରା ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା।’ଉକ୍ତ ରୋଷେୟା ଜଣକ ଗିରଫ ହେବା ପରେବି ଜୟ ଓ ମାହି ନିଜ ଛୋଟ ଝିଅ ତାରାକୁ ନେଇ ଅଧିକ ଭୟଭୀତ ହେବା ସହ ତା’ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।