ମୁଁ ରମେଶଙ୍କ ୧୭ ନମ୍ବର ସ୍ତ୍ରୀ କହୁଛି

ଭୁବନେଶ୍ୱର: ମୁଁ ରମେଶଙ୍କ ୧୭ ନମ୍ବର ସ୍ତ୍ରୀ କହୁଛି । ସାଧି ଡଟ କମ୍ରୁ ରମେଶ ସହ ପରିଚିତ ହୋଇଥିଲି । ସେ ନିଜକୁ ଡାକ୍ତରର ଦେଇଥିଲା ପରିଚୟ । ପରେ ମେ’ ମାସ ୨୦୨୧ରେ ଗୌହାଟୀ ରେ କରିଥିଲୁ ବିବାହ । ବିବାହ ବେଳେ ତାଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ବିବାହ କିଛିଦିନ ପରେ ମୋତେ ଭୁବନେଶ୍ୱରକୁ ଆଣିଥିଲେ । ପାତ୍ରପଡା ନିକଟରେ ଥିବା ଏକ ଆପାର୍ଟମେଂଟରେ କୁ ନେଇଥିଲେ । ସେଠି ତାଙ୍କ ମା ଓ ଭଉଣୀ ଗୃହ ପ୍ରବେଶ କରିଥିଲେ । ରମେଶଙ୍କ ଭଉଣୀ ରଶ୍ମିତା ନଣନ୍ଦ ପୁଟୁଳି ଆକାରରେ ସୁନା ଗହଣା, ମୋବାଇଲ ଓ ଶାଢ଼ୀ ନେଇଥିଲେ। ସେଠି ୧୫ଦିନ ରହିବା ପରେ ମୁଁ ଗୌହାଟୀ ଫେରି ଆସିଥିଲି । ପରେ ରମେଶ ମୋ ଠାରୁ ଗୌହାଟୀ ରେ ଘର କିଣିବା ପାଇଁ ୨୧ଲକ୍ଷ ଟଙ୍କା ନେଇଥିଲେ” ବୋଲି କହିଛନ୍ତି ଅଭିଯୋକାରିଣୀ ।
ମହିଳାଙ୍କ ଅଭିଯୋଗ ପରେ ପୋଲିସ ସମସ୍ତ ପ୍ରମାଣ ପତ୍ର ଯାଂଚ କରିଛି। ପରେ ମହିଳାଙ୍କୁ ନେଇ କୋର୍ଟରେ ୧୬୪ଧାରାରେ ବୟାନ ରେକର୍ଡ କରାଯାଇଛି। ମହିଳାଙ୍କ ବାପାଙ୍କର ମଧ୍ୟ ବୟାନ ରେକର୍ଡ କରିଛି । ମହିଳାଙ୍କ ବାପା କହିଛନ୍ତି ” ତାଙ୍କ ଝିଅ ପ୍ରତି ଅନ୍ୟାୟ ହୋଇଛି । ରମେଶ ଆମକୁ ଠକିଛି । ତେଣୁ ତାକୁ ଫାଶୀ ଦିଆଯାଉ । ଏହାସହ ଯେଉଁମାନେ ରମେଶ ଦ୍ୱାରା ଠକେଇ ଶିକାର ହୋଇଛନ୍ତି ସମସ୍ତେ ପୋଲିସ ପାଖରେ ଅଭିଯୋଗ କରନ୍ତୁ।
ଅଭିଯୋଗକାରିଣୀ ମହିଳାଙ୍କ ୧୬୪ବୟାନ ରେକର୍ଡ କରାଯାଇଛି । ତଦନ୍ତ ବେଳେ ଜଣା ପଡ଼ିଛି ବୀମାନରେ ଉଡୁଥିଲା, ପଞ୍ଚତାରକା ହୋଟେଲରେ ରହୁଥିଲା ଠକ ରମେଶ । ଏବେ ସୁଧା ୫ଜଣ ମହିଳା ରମେଶ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଆଉ କିଛି ମହିଳା ଅଭିଯୋଗ କରିବାକୁ ଚାହୁଁ ନାହାନ୍ତି । ଯେଉଁ ୫ ଜଣ ଅଭିଯୋଗ କରିଛନ୍ତି, ସେମାନଙ୍କ ୧୬୧ ବୟାନ ରେକର୍ଡ କରିଛି ମହିଳା ଥାନା ପୋଲିସ । ସେହିଭଳି ରମେଶ ରହୁଥିବା ଫ୍ଲାଟର ମାଲିକ ଆଜି ମହିଳା ଥାନାରେ ରେ ରମେଶ ବିରୁଦ୍ଧରେ ଅଭିଯୋଗ କରିଛନ୍ତି” ବୋଲି କହିଛନ୍ତି ମହିଳା ଥାନା ଅଧିକାରୀ ସନ୍ତୋସିନୀ ବେହେରା ।
ରମେଶର ମୋବାଇଲ ଯାଂଚ କରିବା ପରେ ଏକାଧିକ ଯୁବତୀଙ୍କ ସହ ସେ ଯୋଗାଯୋଗରେ ଥିବା ଜଣା ପଡ଼ିଛି । କିଛି ମହିଳା ପୋଲିସ କୁ ସହଯୋଗ କରୁଛନ୍ତି ଆଉ କିଛି ଲୋକଲଜ୍ୟାକୁ ଦେଖି ଅଭିଯୋଗ କରୁ ନାହାନ୍ତି। ତେଣୁ ପୋଲିସ ଅନଲାଇନରେ ଅଭିଯୋଗ କରିବାକୁ ନିବେଦନ କରିଛି କମିସନରେଟ ପୋଲିସ ।