କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ସାହାଯ୍ୟ ନାଁରେ ମାତିଛନ୍ତି ଠକ, ନକଲି ୟୁପିଆଇ ସ୍କାନରରେ କରୁଛନ୍ତି ଠକେଇ

Human Sagar: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ସାହାଯ୍ୟ ନାଁରେ ମାତିଛନ୍ତି ଠକ । ନକଲି ୟୁପିଆଇ ସ୍କାନର ବ୍ୟବହାର କରୁଛନ୍ତି ଦଲାଲ୍ । ସତର୍କ ରହିବାକୁ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନାଙ୍କ ଅନୁରୋଧ । ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଦେଇଛନ୍ତି । ଚିକିତ୍ସା ପାଇଁ ଅର୍ଥର ସହାୟତା ଆବଶ୍ୟକତା ନାହିଁ । ହ୍ୟୁମାନଙ୍କ ଚିକିତ୍ସା ନାଁରେ ଟଙ୍କା ମାଗି ଲୋକଙ୍କୁ ଲୁଟୁଛନ୍ତି ଠକ । ହ୍ୟୁମାନଙ୍କ ପାଇଁ କେବଳ ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି କଣ୍ଠଶିଳ୍ପୀଙ୍କ ମାଆ ।

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗଟାପନ୍ନ ରହିଥିବା ବେଳେ ବର୍ତ୍ତମାନ ସେ ଭୁବନେଶ୍ବର AIIMSରେ ସେ ଚିକିତ୍ସାତି ହେଉଛନ୍ତି । ତାଙ୍କ ଲିଭର ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯାଇଛି । ଯଦି ସ୍ବାସ୍ଥ୍ୟ ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ତାକୁ ନେଇ AIIMS ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।