‘ବଲିଉଡ ବାଇସେପ୍‌ କି ଜୟ’ : ହ୍ରିତିକ୍‌ ରୋଶନ୍‌

ବଲିଉଡର ଅଭିନେତା ହ୍ରିତିକ୍‌ ରୋଶନ୍‌। ତାଙ୍କର ଡ୍ୟାନ୍ସ ଏବଂ ବଡି ଫିଟ୍‌ନେସ୍‌ ଲକ୍ଷ ଲକ୍ଷ ଫ୍ୟାନ୍ସକୁ କରେ ଦିୱାନା।

(ମୁମ୍ବାଇ) : ବଲିଉଡର ଅଭିନେତା ହ୍ରିତିକ୍‌ ରୋଶନ୍‌। ତାଙ୍କର ଡ୍ୟାନ୍ସ ଏବଂ ବଡି ଫିଟ୍‌ନେସ୍‌ ଲକ୍ଷ ଲକ୍ଷ ଫ୍ୟାନ୍ସକୁ କରେ ଦିୱାନା। ଏବେ ପୁଣି ସିକ୍ସ ପ୍ୟାକ୍‌ ଆବ୍ସରେ ନଜର ଆସିଛନ୍ତି ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ। ସାମ୍ନାକୁ ଆସିଛି ତାଙ୍କର ଏକ ଦମ୍‌ଦାରା ଫଟୋ। ଏହି ଫଟୋରେ ହ୍ରିତିକ ଦେଖାଇଛନ୍ତି ତାଙ୍କ ମସ୍କୁଲାର ବାଇସେପ୍‌। ଇନ୍‌ଷ୍ଟାଗ୍ରାମରେ ନିଜେ ହ୍ରିତିକ ତାଙ୍କର ଏହି ଫଟୋକୁ ଶେଆର କରିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି ‘ବଲିଉଡ ବାଇସେପ୍‌ କି ଜୟ’।

ସୂଚନାନୁଯାୟୀ , ହ୍ରିତିକଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହ୍ରିତିକ୍‌ଙ୍କ ବିଡ ବାଇସେପ୍‌ ସମସ୍ତଙ୍କୁ ଚକିତ କରିଦେଇଛି। ଶତାଧିକ ଫ୍ୟାନ୍ସ ତାଙ୍କର ଏହି ଫଟୋରେ ଜୋରଦାର କମେଣ୍ଟ କରିଛନ୍ତି। ପତ୍ନୀ ସୁଜେନ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅଭିନେତା ଟାଇଗର ସ୍ରଫ କମେଣ୍ଟ କରି ତାଙ୍କ ପ୍ରଶଂସା କରିଛନ୍ତି। ପ୍ରକୃତରେ ହ୍ରିତିକଙ୍କ ଏହି ବେଇସେପ୍‌ ପଛରେ ରହିଛି ତାଙ୍କ ଅପ୍‌କମିଂ ଫିଲ୍ମ ‘ଫାଇଟର’। ଏହାପୂର୍ବରୁ ମଧ୍ୟ ହ୍ରିତିକ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ କିଛି ଫଟୋ ଶେଆର କରିଥିଲେ। ଏହାକୁ ଶେଆର କରି ସେ ଲେଖିଥିଲେ, ‘ରେଡ୍ଡି ଫର୍‌ ଆକ୍ସନ। ଆଗକୁ ବଢ଼ନ୍ତୁ ଆଉ ମୋତେ ପଞ୍ଚ୍‌ ମାରନ୍ତୁ।’