ଗୀର୍ଲଫ୍ରେଣ୍ଡ ସହ ସମୟ କାଟୁଛନ୍ତି ହ୍ରିତିକ

ବଲିଉଡ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ତାଙ୍କ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ଛୁଟି କାଟୁଛନ୍ତି। ଏହି ଯୋଡି ଏବେ ଆର୍ଜେଣ୍ଟିନାର ବୁଏନ୍ସ ଆୟରିସରେ ନିଜର କ୍ୱାଲିଟି ଟାଇମ ଅତିବାହିତ କରୁଛନ୍ତି । ସବା ସେମାନଙ୍କ ଭ୍ୟାକେସନର ନୂତନ ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବାରେ ଲାଗିଛି। ସବା ତାଙ୍କ ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ପୋଷ୍ଟରେ ଲେଖିଛନ୍ତି “ମାଇଁ ହିପୋ ହାର୍ଟ”। ଫଟୋଗୁଡ଼ିକରେ ପ୍ରେମୀଯୁଗଳ ଲାଇମଲାଇଟରୁ ଦୂରରେ ରହି ନିଜର ବିଶେଷ ମୁହୂର୍ତ୍ତକୁ ଉପଭୋଗ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ସାବାଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋଗୁଡ଼ିକ ଦେଖି ୟୁଜର୍ସ ଖୁବ ଭଲ ପାଇବା ଦେଇଛନ୍ତି ।