ନବରଙ୍ଗପୁର: ଜିଲ୍ଲାରେ ବାରମ୍ବାର ବଜ୍ରପାତରେ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି। ତେବେ ବଜ୍ରପାତରୁ କିପରି ନିଜକୁ ରକ୍ଷା କରି ହେବ ତାହାର ଡେମୋ ଦେଖାଇ ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲାପାଳ।ଆଜି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ପରିଚାଳନା କମିଟି ବୈଠକରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହି ଆଲଚନା କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲଚନ ମିଶ୍ର ବଜ୍ରପାତରୁ ନିଜକୁ କେମିତି ରକ୍ଷା କରି ହେବ ତାହାର ଡେମୋ ଦେଖାଇ ଜିଲ୍ଲାବାସୀଙ୍କ ପ୍ରଶଂସା ପାତ୍ର ହୋଇଛନ୍ତି।ଏବେ ବିଭିନ୍ନ ସୋସିଆଲ ମିଡ଼ିଆରୁ ଜିଲ୍ଲାପାଳଙ୍କୁ ବେଶ ପ୍ରଶଂସା କରାଯାଇ ଜିଲ୍ଲାପାଳ ହେବ ତ ଏମିତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି।