ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଘାଣ୍ଟ ତରକାରୀ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ଵର: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ପର୍ବକୁ ଛାଡ଼ିଦେଲେ ଅନେକ ଓଷା ମଧ୍ୟ ରହିଛି , ସେ ମଧ୍ୟରୁ ଦୂତି ବାହନ ଓଷା ଅନ୍ୟତମ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ “ଦୂତିଆ” ବା “ଦୂତି ବାହନ ଓଷା” ନାମରେ ପାଳିତ । ମା’ ମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଦୂତିଆ ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ । ଏହି ହିସାବରେ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତିଆରି ହେବ ଦୂତିଆ ଘାଣ୍ଟ ତରକାରୀ । ବନ୍ଧୁ ବାନ୍ଧବଙ୍କ ଘରକୁ ମଧ୍ୟ ପଠାଯିବ ଦୂତିଆ ଘାଣ୍ଟ। ତେବେ ଲୋକମାନେ ଭିନ୍ନ ଭିନ୍ନ ପ୍ରଣାଳୀରେ ତିଆରି କରନ୍ତି ଘାଣ୍ଟ । ଆସନ୍ତୁ ଜାଣିବା ଘାଣ୍ଟ ତରକାରୀର ଏକ ସହଜ ରେସିପି…

ଉପାଦାନ:
୨ କପ୍‌ ଗଜାମୁଗ, ବିଭିନ୍ନ ପରିବା, ୫-୬ ଟି ତେଜପତ୍ର ୨୫ ଗ୍ରାମ୍‌ ଖଣ୍ଡ ନଡ଼ିଆ, ୫୦ ଗ୍ରାମ୍‌ କାଜୁ/ ୧ ଚାମଚ ହଳଦୀ ଗୁଣ୍ଡ, ୬ପାଣି, ୧ ଚାମଚ ତେଲ, ୧ ଚାମଟ ଧନିଆ, ୩ ଶୁଖିଲା ଲଙ୍କା, ୨ ଚାମଚ, ସ୍ଵାଦ ଅନୁସାରେ ଲୁଣ, ୧ ଚାମଟ ଘିଅ, ଟିକିଏ ହେଙ୍ଗୁ ଓ ଏକ ଚାମଚ ପଞ୍ଚଫୁଟଣ ।

ପ୍ରଣାଳୀ:

ଗଜା ମୁଗ ଓ ପରିବା ଖଣ୍ଡକୁ ଭଲ ଭାବରେ ଧୋଇ ଦିଆ ତେଜପତ୍ର, ଖଣ୍ଡ ନଡ଼ିଆ, କାଜୁ ଖଣ୍ଡ ଓ ହଳଦୀ ପକାଇ ମୁଗ ଓ ପରିବା ସିଝାଇ ଭଲ ଭାବରେ ସିଝିଗଲା ପରେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଲଙ୍କାକୁ ଭାଜି ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ । କରେଇରେ ପରିବା, ସିଝା ମୁଗ ଓ ଏ ବଟାକୁ ଏକାଠି ମିଶାଇ ଦିଅନ୍ତୁ । ଚିନି ଓ ଲୁଣ ମିଶାନ୍ତୁ ଓ ଚୁଲ୍ଲାରେ ବସାନ୍ତୁ । ଅନ୍ୟ ଏକ ପ୍ୟାନ୍‌ରେ ଘିଅ ଗରମ କରି ସୋରିଷ ଫୁଟାନ୍ତୁ ଓ ହେଙ୍ଗୁ ଦିଅନ୍ତୁ । ଗୋଟିଏ ଦୂଇଟି ତେଜପତ୍ର ପକାଇ ପାରନ୍ତି । ଏହି ଫୁଟଣକୁ ମୁଗରେ ମିଶାଇ ଦିଅନ୍ତୁ । ପରିବା ଓଉ କିମ୍ବା ଟମାଟୋ ନ ଥଲେ ଅଳ୍ପ ତେନ୍ତୁଳି ମଣ୍ଡ ମସଲା ସହିତ ମିଶାଇ ପାରିବେ ।