ଆପଣ ବି ହୋଇପାରିବେ ଉଡ଼ନ୍ତା ବାଇକର ମାଲିକ ଜାଣନ୍ତୁ କେମିତି ?

ଦିଲ୍ଲୀ : ଆପଣ କେବଳ ଫିଲ୍ମରେ ଦେଖିଥିବେ ବାଇକ ଉଡ଼ୁଥିବାର ସତରେ ଯଦି ବାଇକ ଉଡୁଥାନ୍ତା ତାହାଲେ କେତେ ଭଲ ହୁଅନ୍ତା | ଆମେ କେବଳ ଭାବନାରେ ହିଁ ବାଇକକୁ ଆକାଶରେ ଉଡ଼ୁଥିବାର ଦେଖିଥାଉ ଏଉ ଏହା ମଧ୍ୟ ସତ ହେବାକୁ ଯାଉଛି | ଆପଣ ଚାହିଁଲେ ବାଇକ କୁ ଆକାଶରେ ଉଡାଇପାରିବେ ଆଉ ସ୍ୱପ୍ନକୁ ସତ କରିବାକୁ ଯାଉଛନ୍ତି ଆମେରିକାର ଗୋଟେ କମ୍ପାନୀ | ଆଉ ଏହାର ବୁକିଂ ମଧ୍ୟ ଆରମ୍ଭ ହେଲାଣି | ଏହି ନିଆରା ବାଇକର ପ୍ରାରମ୍ଭିକ ମୂଲ୍ୟ ୩.୧୫ କୋଟି ଟଙ୍କା ରହିଛି । ଏହା ବୁକିଂ ହେବାର ୨ରୁ ୩ବର୍ଷ ମଧ୍ୟରେ ଆପଣଙ୍କ ପାଖରେ ପହଂଚିବ ବୋଲି କୁହାଯାଇଛି । ଆମେରିକାର ଜେଟପ୍ୟାକ୍ ଏଭିଏସନ କମ୍ପାନୀ ତରଫରୁ ଏହି ବାଇକର ପ୍ରସ୍ତୁତ କରାଯାଉଛି ।ଗତବର୍ଷ ଜାପାନର ଏକ କମ୍ପାନୀ ଆମେରିକାର ଡେଣ୍ଟ୍ରାଇଟ୍ ଅଟୋ ଶୋରେ ଏକ ଉଡନ୍ତା ବାଇକର ପ୍ରଦର୍ଶନ କରିଥିଲା । ଏବେ କମ୍ପାନୀ ଆମେରିକାର ଫେଡରାଲ ଏଭିଏସନ ଆଡମିଷ୍ଟ୍ରେସନ ସାର୍ଟିଫିକେଟ ପାଇବାକୁ ଅପେକ୍ଷା କରିଛି । ଏହି ବାଇକର ସ୍ପିଡରରେ ୮ଟି ଟର୍ବାଇନ ବ୍ୟବହାର କରାଯାଇଛି ।
କମ୍ପାନୀ ତରଫରୁ କୁହାଯାଇଛି କି, ଏହି ବାଇକର ବ୍ୟବହାର ମେଡିକାଲ ଇମରଜେନ୍ସି କିମ୍ବା ନିଆଁ ଲିଭାଇବା ଭଳି କାର୍ଯ୍ୟରେ ବ୍ୟବହାର କରାଯାଇପାରେ । ଏଥିରେ ମଣିଷ ବସି ମଧ୍ୟ ଉଡିପାରିବ । ଏହାକୁ କଣ୍ଟ୍ରୋଲ କରିବାକୁ ରିମୋର୍ଟର ବ୍ୟବହାର କରାଯିବ ।୧୩୬ କିଲୋ ଓଜନର ଏହି ବାଇକରେ ସର୍ବାଧିକ ୨୭୨ କିଲୋ ଓଜନ ନେଇ ଉଡିପାରିବ ।ଘଣ୍ଟାପ୍ରତି ୯୬ କିଲୋମିଟର ବେଗରେ ଉଡିପାରୁଥିବା ଏହି ବାଇକ ଭୂମିରୁ ୧୦୦ ମିଟର ଉଚ୍ଚତାରେ ଉଡିପାରିବ । ଗୋଟିଏ ଥର ଉଡାଣ ଭରିଲେ ଏହା ଆକାଶରେ ୩୦-୪୦ମିନିଟ ପର୍ଯ୍ୟନ୍ତ ଉଡିପାରିବ । ଏହି ବାଇକର ସର୍ବାଧିକ ସ୍ପିଡ ୧୦୦ କିଲୋମିଟର ଘଣ୍ଟାପ୍ରତି ଥିବାବେଳେ ଏହା ୧୦୦ କିଲୋ ଓଜନ ନେଇ ଉଡିପାରୁଥିଲା ।