ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଏବଂ ଛତ୍ରପୁର ଗ୍ରାମ ମଧ୍ୟ ଭାଗରେ ଥିବା ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଗୋଦାମ ଘର ଛାତ ମଧ୍ୟ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ଭଙ୍ଗା ଘର ତଳେ ଲୋକେ ଚାପି ହୋଇ ରହିଥିବା ସନ୍ଦେହ । ଓଡ୍ରାଫ, ପୋଲିସ୍, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବସ୍ଫୋରଣ ଯୋଗୁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ଘରଦ୍ୱାର ଗାଡ଼ି ଶୋରୁମ ସହିତ ଦୋକାନ ଥରି ଘରର କାଚ ଭାଙ୍ଗିଥିବା ଜଣାପଡ଼ିଛି। ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଏବଂ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏଭଳି ଘଟଣା ପରେ ସମ୍ପୃକ୍ତ ଗାଁରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।