ହସ୍ପିଟାଲରେ ଭର୍ତ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ବରିଷ୍ଠ ନେତା ଏଚ୍.ଡି. କୁମାରସ୍ୱାମୀଙ୍କୁ ବୁଧବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ କାର୍ୟ୍ୟ ବ୍ୟସ୍ତତା ହେତୁ ତାଙ୍କୁ ଜ୍ୱର ଏବଂ ଥକ୍କାପଣ ଅନୁଭବ ହୋଇଥିଲା। ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ଆଶ୍ୱସନା ଦେଇଛନ୍ତି ଯେ ସେ ବହୁତ ଜଲ୍ଦି ସୁସ୍ଥ ହୋଇଯିବେ। ଅନ୍ୟପଟେ ସେ ଅସୁସ୍ଥ ଥିବାରୁ ତାଙ୍କ ପରିବାର ସଦସ୍ୟ ଏବଂ ପାର୍ଟିର କାର୍ୟ୍ୟକର୍ତ୍ତା ଚିନ୍ତିତ ଅଛନ୍ତି।