ଗୋପ/ଜୟନ୍ତ କୁମାର ସେଠି: ହବିଷିଆଳିଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ପୋଲିସ ବାବୁ, ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ହବିଷିଆଳି ଙ୍କୁ ପୋଲିସ୍ କର୍ମଚାରୀ ଆକ୍ରମଣ ଘଟଣା କୁ ଗୁରୁତର ଭବେ ନେଇଛନ୍ତି ପୁରୀ ଏସପି କେ ବିଶାଲ ସିଂ। ଘଟଣା ଜଣାପଡିବା ପରେ ଉକ୍ତ ହାବିଲଦାର କୁ ଏସପି ନିଲମ୍ବିତ କରିଛନ୍ତି। ନିଲ୍ ମ୍ୱିତ ହାବିଲଦାର ନେଉଛନ୍ତି ପ୍ରଶାନ୍ତ ଦଳେଇ। କେଉଁ ପରିସ୍ଥତିରେ ଏହି ଘଟଣା ଘଟିଲା ଏସପି ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଯଦି ପୋଲିସ କର୍ମ ଚାରି ଙ୍କ ଭୁଲ୍ ଥିବ ଆହୁରି କଠୋର କାର୍ୟ୍ୟାନୁଷ୍ଠାନ ହେବ ବୋଲି ପୁରୀ ଏସପି କହିଛନ୍ତି। ଶ୍ରୀମନ୍ଦିର କୁ ଆସୁଥିବା ଭକ୍ତ ଙ୍କ ସୁରକ୍ଷା ପୋଲିସ୍ ର ପ୍ରମୁଖ କାର୍ୟ୍ୟ ବୋଲି ଏସପି କହିଛନ୍ତି। ସେପଟେ ପୁରୀ ଏସପି ମେଡିକାଲ ଯାଇ ଆହତ ହବିଷ୍ୟଳି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଚନ୍ତି। ଆହତ ମହିଳା ଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ଠିକ୍ ଥିବା ଏସପି କହିଛନ୍ତି।