ରୁଷର ପ୍ରଫେସର, ରାଜନୈତିକ ଦାର୍ଶନିକ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରାଜନୈତିକ ଗୁରୁ ଆଲେକଜାଣ୍ଡାର ଡୁଗିନ ଭାରତ ସମ୍ପର୍କରେ ଆମେରିକାକୁ ଏକ ବଡ଼ ପରାମର୍ଶ ଦେଇଛନ୍ତି। ଭାରତ ବିରୁଦ୍ଧରେ ବିଷ ଓଗାଳିବା ପାଇଁ ଟ୍ରମ୍ପ ପ୍ରଶାସନର ଅଧିକାରୀମାନଙ୍କୁ ସେ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ଯେ “ହିନ୍ଦୁମାନେ ସର୍ବୋଚ୍ଚ ସ୍ତରର ଆଧ୍ୟାତ୍ମିକ ଚିନ୍ତାଧାରା ବିକଶିତ କରିଛନ୍ତି ଏବଂ ଭୌତିକବାଦକୁ ପରାସ୍ତ କରିଛନ୍ତି। ଡୁଗିନ ଗତ ବର୍ଷ ଦିଲ୍ଲୀ ଗସ୍ତ ସମୟରେ କହିଥିଲେ ଯେ ଅନେକ ଜିନିଷ ଭାରତ ଉପରେ ନିର୍ଭର କରେ । ଏବଂ ଏହି ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ତୁଳନ ଭୂମିକା ଗ୍ରହଣ କରେ। ସେ କହିଥିଲେ ଯେ ଭାରତ ଚୀନର ରଜ୍ଜୁ ଏବଂ ଇସଲାମିକ ପୋଲର ସମ୍ଭାବନା ମଧ୍ୟରେ ସନ୍ତୁଳନ କରୁଛି।” ଡୁଗିନଙ୍କୁ ରାଷ୍ଟ୍ରପତି ପୁଟିନଙ୍କ ମସ୍ତିଷ୍କ କୁହାଯାଏ।
Indian culture openly despises material world. They just lough on its very existence. The Hindus developed highest level of metaphysical thougth. This time there came the turn of materialist West to lough and despise.
— Alexander Dugin (@AGDugin) September 2, 2025
ଆଲେକଜାଣ୍ଡାର ଡୁଗିନ୍ ଟ୍ୱିଟ୍ କରିଛନ୍ତି ଯେ ଭାରତୀୟ ସଂସ୍କୃତି ଖୋଲାଖୋଲି ଭାବରେ ଭୌତିକ ଜଗତକୁ ଘୃଣା କରେ। ସେମାନେ କେବଳ ଏହାର ଅସ୍ତିତ୍ୱ ଉପରେ ହସୁଛନ୍ତି। ହିନ୍ଦୁମାନେ ସର୍ବୋଚ୍ଚ ସ୍ତରର ଆଧ୍ୟାତ୍ମିକ ଚିନ୍ତାଧାରା ବିକଶିତ କରିଛନ୍ତି। ଆଧ୍ୟାତ୍ମିକତା ହେଉଛି ସର୍ବଶ୍ରେଷ୍ଠ ଶକ୍ତି। ସାବଧାନ! ହିନ୍ଦୁମାନେ ଆସୁଛନ୍ତି।” ଯେତେବେଳେ ଟ୍ରମ୍ପ ପ୍ରଶାସନ ନିରନ୍ତର ଭାରତକୁ ଟାର୍ଗେଟ କରୁଛି ଏପରି ସମୟରେ ଆଲେକଜାଣ୍ଡାର ଡୁଗିନ୍ ଙ୍କ ଏହି ବୟାନ ଆସିଛି ।