ଧାରା ୩୭୦କୁ ନେଇ ଜମ୍ମୁକାଶ୍ମୀର ବିଧାନସଭାରେ ହାଇଭୋଲଟେଜ ଡ୍ରାମା

0

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ବିଧାନସଭାରେ ହଙ୍ଗାମା । ରଣ କ୍ଷେତ୍ର ପାଲଟିଛି ବିଧାନସଭା ପରିସର । ଧାରା ୩୭୦ ସମ୍ପର୍କିତ ବ୍ୟାନର ପ୍ରଦର୍ଶନକୁ ନେଇ ବିଧାନସଭାରେ ହଟଗୋଳ। ହାତାହାତି ହୋଇଛନ୍ତି ଏକାଧିକ ଦଳର ବିଧାୟକ । ଫଳରେ ପରିସ୍ଥିତିକୁ ଦେଖି କିଛିସମୟ ପାଇଁ ଗୃହକୁ ମୁଲତବୀ କରାଯାଇଥିଲା ।
ସୂଚନା ଅନୁଯାୟୀ , ଜେଲରେ ଥିବା ବାରମୂଲ୍ଲା ସାଂସଦ ଇଞ୍ଜିନିୟର ରସିଦଙ୍କ ଭାଇ ଖୁର୍ସିଦ ଅହମ୍ମଦ ଶେଖ୍ ଜମ୍ମୁ-କାଶ୍ମୀର ବିଧାନସଭାରେ ଧାରା ୩୭୦ ସମ୍ପର୍କିତ ବ୍ୟାନର ପ୍ରଦର୍ଶନ କରିଥିଲେ । ଏହାକୁ ତୀବ୍ର ବିରୋଧ କରିଥିଲେ ବିରୋଧୀ ଦଳ ନେତା ସୁନୀଲ ଶର୍ମା । ଏହାକୁ ନେଇ ବଚସା ଏବଂ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏକାଧିକ ବିଧାୟକ ଗଣ୍ଡଗୋଳରେ ସାମିଲ ହୋଇଥିଲେ । ଗଣ୍ଡଗୋଳ ପରେ ଗୃହକୁ ସାମୟିକ ଭାବେ ମୁଲତବୀ ଘୋଷଣା କରାଯାଇଥିଲା । ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀର ନୂଆ ସରକାରଙ୍କର ଏହା ହେଉଛି ପ୍ରଥମ ବିଧାନସଭା ।