ଝାଡ଼ଖଣ୍ଡ : ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପ୍ରକ୍ରିୟା ତୀବ୍ର ହୋଇଛି। ତେଣୁ ନଭେମ୍ବର ୨୬ରେ ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି । ଶପଥ ଗ୍ରହଣ ଉତ୍ସବରେ ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ଅରବିନ୍ଦ କେଜ୍ରିୱାଲ, ତେଜସ୍ୱୀ ଯାଦବ, ଦୀପଙ୍କର ଭଟ୍ଟାଚାର୍ୟ୍ୟ ଯୋଗ ଦେଇପାରନ୍ତି ।
ସୂଚନା ଅନୁଯାୟୀ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱାଧୀନ ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୫୬ ଆସନ ସହ ଜବରଦସ୍ତ ବିଜୟ ହାସଲ କରି କ୍ଷମତା ବଜାୟ ରଖିଛି। ଜେଏମଏମ ନେତୃତ୍ୱାଧୀନ ମେଣ୍ଟ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୬ଟି ଆସନ ଜିତିଥିବାବେଳେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ମାତ୍ର ୨୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।