ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରସ୍ତାବ କ୍ରମେ ଶିମିଳିପାଳ ନିକଟରେ ହେଲିପ୍ୟାଡ୍ ନିର୍ମାଣ ନିମିତ୍ତ ଅବଶକୀୟ ଜମି ନିରୂପଣ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା. ଭୁବନେଶ୍ୱର – ଗୋପାଳପୁର(ଗଂଜାମ), ଭୁବନେଶ୍ୱର – ଶିମିଳିପାଳ ଜାତୀୟ ଉଦ୍ୟାନ (ମୟୂରଭଞ୍ଜ) ଠାରେ ହେଲି-ଟାକ୍ସି ସେବା ପରିଚାଳନା ପାଇଁ ‘ପବନ୍ ହଂସ୍ ଲିମିଟେଡ୍’ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ କେନ୍ଦ୍ର ସରକାରୀ ଉଦ୍ୟୋଗ)କୁ ମନୋନୀତ କରାଯାଇଥିବା ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ.