ଚେନ୍ନାଇ: ଚେନ୍ନାଇରେ ଲାଗି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁ ଚେନ୍ନାଇ ସମେତ କୁଡ଼ାଲୋର, ଭିଲୁପୁରମ, ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ, ଥିରୁଭାଲୁର ଆଦି ଜିଲ୍ଲାର ଅଧିକାଶଂ ଅଞ୍ଚଳ ଜଳମଗ୍ନ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ବି ପ୍ରବଳ ବର୍ଷାଲା ଗି ରହିଛି । ବର୍ଷା ଯୋଗୁ ୧୯ ଜିଲ୍ଳାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ପେରାମ୍ବଲୁରୁ,ଭେଲେର,ରାଣିପତରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅବପାତରେ ପରିଣତ ହୋଇଛି । ଯାହା ପ୍ରଭାବରେ ତାମିଲନାଡ଼ୁ ଉପକୂଳରେ ବର୍ଷାଲାଗି ରହିଛି ।