ଭ୍ୟାକ୍ସିନ୍‌ ପରେ ହୃଦଘାତର ଶିକାର ହେଲେ ଅଭିନେତା ବିବେକ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର

0

(ଚେନ୍ନାଇ ) : ତାମିଲ ସିନେମାର ଲୋକପ୍ରିୟ ଅଭିନେତା ବିବେକ ହୃଦ୍‌ଘାତରେ ଶିକାର ହୋଇଛନ୍ତି। ହୃଦଘାତ ପରେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।
ସୂଚାନୁଯାୟୀ , ହୃଦ୍‌ଘାତର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗତକାଲି ସେ କରୋନା ଭ୍ୟାକ୍ସିନ୍‌ ନେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତେବେ ଟିକା ନେବାର ୧ଦିନ ପରେ ତାଙ୍କର ହୃଦ୍‌ଘାତ ହୋଇଛି।
ଟିକା ନେବା ପରେ ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ ପ୍ରୋତ୍ସାହିତ କରିଥିବା ବିବେକ ଟିକା ନେବାର ଠିକ୍ ଗୋଟିଏ ଦିନ ପରେ ହଠାତ୍ ହୃଦ୍‌ଘାତ ହେବା ଘଟଣା ଆଲୋଚନାର ବିଷୟ ପାଲଟିଛି ।