ସୁବର୍ଣ୍ଣପୁର:- ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଟିକିରା ଠାରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆନନ୍ଦ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶୁଖା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ କର୍ମୀ ନିରୋତ କେଶୀ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ଅଯୋଧ୍ୟା କାରେ ଅଙ୍ଗନବାଡ଼ି କର୍ମୀ କେନ୍ଦୁଟିକିରା, ଗଣ୍ଡେଶ୍ୱରୀ ମାଝୀ ଆଶାକର୍ମୀ କେନ୍ଦୁଟିକିରା ଯୋଗଦାନ କରିଥିଲେ। ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରମୋଦ କୁମାର ବାରିକ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଚାଲୁଥୁବା ସୃପ ଡାଇରିଆ କାର୍ଯ୍ୟକ୍ରମ ଓ ମେଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ମୁଖ୍ୟ ଅତିଥି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ପ୍ରତ୍ୟେକ ବ୍ୟକ୍ତି ପରିଷ୍କାର ପାରିଛନ୍ନ ରହିଲେ ସଂକ୍ରମଣକୁ ରୋକା ଯାଇ ପାରିବ ବୋଲି ମୁଖ୍ୟ ଅତିଥ ମହୋଦୟା ମତବ୍ୟକ୍ତ କରିଥିଲେ । ନିୟମିତ କେଶ ଓ ନଖ କାଟିବା, ଖାଇବା ପୂର୍ବରୁ ହାତ ଧୋଇବା, ବିଶୁଦ୍ଧ ପାନୀୟ ଜଳ ସେବନ, ଗରମ ଖାଦ୍ୟ ଖାଇବା, ମଶାରୀ ଟାଙ୍ଗି ଶୋଇବା ଇତ୍ୟାଦି ଅଭ୍ୟାସ ଦ୍ୱାରା ବ୍ୟକ୍ତି ସୁସ୍ଥ ଓ ନିରୋଗ ରହେ ବୋଲି ଆଶାକର୍ମୀ ମହୋଦୟା ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଡାଇରିଆ ହେଲେ ଓଆରଏସ ମିଶା ପାଣି ପିଇବା, ପରିବେଶକୁ ସଫାସୁତୁରା ରଖିବା ବିଷୟରେ ଅଙ୍ଗନବାଡି କର୍ମୀ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚେୟାରମ୍ୟାନ ସୁବାଷ ପାଣ୍ଡେ ଉପସ୍ଥିତ ଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ମଦନା ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।