ହର୍ଷିତ ରାଣା ଦିନିକିଆ କ୍ରିକେଟରେ ଭାରତର ସବୁଠାରୁ ସଫଳ ବୋଲର

ହର୍ଷିତ ରାଣା ଦିନିକିଆ କ୍ରିକେଟରେ ଭାରତର ସବୁଠାରୁ ସଫଳ ବୋଲର ଭାବେ ପ୍ରମାଣିତ ହେଉଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି ଏହି ୨୪ ବର୍ଷୀୟ ଯୁବ ଦ୍ରୁତ ବୋଲର । ୨୦୨୫ ମସିହା ପରଠାରୁ ଦିନିକିଆରେ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି ହର୍ଷିତ । ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ତିନୋଟି ମ୍ୟାଚ୍‌ ୬ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ହର୍ଷିତ ରାଣା ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଦିନିକିଆ ଖେଳିଥିଲେ। ତାଙ୍କର ଡେବ୍ୟୁ ପରଠାରୁ ସେ ୧୪ ଦିନିକିଆ ଇନିଂସରେ ୨୬ ୱିକେଟ୍ ନେଇଛନ୍ତି । ଯାହା ଭାରତ ପାଇଁ ସର୍ବାଧିକ । ଯଦିଓ ସେ ଏପର୍ଯ୍ୟନ୍ତ ଗୋଟିଏ ଇନିଂସରେ ପାଞ୍ଚ ୱିକେଟ୍ ହାସଲ କରିନାହାଁନ୍ତି । କିନ୍ତୁ ତାଙ୍କର ନିରନ୍ତର ୱିକେଟ୍ ନେବା ତାଙ୍କୁ ତାଲିକାର ଶୀର୍ଷରେ ରଖିଛି । ସେହିପରି ୨୦୨୫ ପରଠାରୁ ଦିନିକିଆରେ ଭାରତୀୟ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ କୁଲଦୀପ ଯାଦବ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ୧୩ ଇନିଂସରେ ୨୧ ଓ୍ବିକେଟ୍‌ ନେଇଛନ୍ତି । ସେହିପରି ରବିନ୍ଦ୍ର ଜାଡେଜା ୧୨ ଓ୍ବିକେଟ୍‌ ନେଇ ତୃତୀୟ ସ୍ଥାନରେ ଅଛନ୍ତି ।


୨୦୨୫ରୁ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଓ୍ବିକେଟ୍‌ ନେଇଥିବା ଭାରତୀୟ ବୋଲର

୨୬ ୱିକେଟ୍ – ହର୍ଷିତ ରାଣା

୨୧ ୱିକେଟ୍ – କୁଲଦୀପ ଯାଦବ

୧୨ ୱିକେଟ୍ – ରବିନ୍ଦ୍ର ଜାଡେଜା

ହର୍ଷିତ ରାଣା ୧୪୦ କିଲୋମିଟର୍ ଘଣ୍ଟାରୁ ଅଧିକ ବେଗରେ ବୋଲିଂ କରିବାରେ ସକ୍ଷମ । ସେ ଏପର୍ଯ୍ୟନ୍ତ ୧୪ଟି ଦିନିକିଆ ଖେଳିଛନ୍ତି ଏବଂ କେବଳ ଦୁଇଥର ସେ ୱିକେଟ୍ ନେବାରେ ବିଫଳ ହୋଇଛନ୍ତି । ଚିନ୍ତାର ବିଷୟ ହେଉଛି ଯେ ହର୍ଷିତ ତାଙ୍କ ବୋଲିଂ ସହିତ ବହୁତ ମହଙ୍ଗା ପ୍ରମାଣିତ ହୋଇଛନ୍ତି । ସେ ନୂତନ ବଲ୍ ସହିତ ବିଶେଷ ପ୍ରଭାବଶାଳୀ ପ୍ରମାଣିତ ହୋଇଛନ୍ତି କିନ୍ତୁ ଡେଥ୍ ଓଭରରେ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେହିପରି ହର୍ଷିତ ରାଣା ୬ଟି ଟି-୨୦ରେ ୭ଟି ଏବଂ ୨ଟି ଟେଷ୍ଟରେ ୪ଟି ୱିକେଟ୍ ମଧ୍ୟ ନେଇଛନ୍ତି ।