ଚା’ ପିଉଥିବା ବେଳେ ହରମୋହନଙ୍କୁ ଆକ୍ରମଣ…

ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ । ଚା ପିଉଥିବା ବେଳେ ହୋଇଛି ଆକ୍ରମଣ । ଆକ୍ରମଣ ରେ ଜଣେ ଗୁରୁତର । ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ୧୦୮ ଆମ୍ବୁଲାନ୍ସ ଯୋଗେଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ବ୍ୟକ୍ତିଙ୍କର ନାମ ହର ମୋହନ ରାଉତରାୟ ୪ ୮ ବର୍ଷ  ଓ ତାଙ୍କର ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳା ଯୋଡି ଗ୍ରାମ ପଂଚାୟତ ଭଜାଗଡ଼ ଗ୍ରାମରେ ବୋଲି ଜଣାପଡିଛି । ହର ମୋହନ ତାଙ୍କ ଗାଁରେ ଦୋକାନରେ  ଚା ପିଉଥିବା ବେଳେ କେତେକ ଦୁର୍ବୁର ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ହୋଇପଡ଼ିଥିଲେ ।