ସମଲ ବ୍ୟାରେଜର କେନାଲରେ ଭାସିଗଲେ ହରିଆ ଦେହୁରୀ

ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ର ସମଲ ବ୍ୟାରେଜର କେନାଲ ରେ ଭାସିଯାଇ ଜଣେ ମୃତ। ମୃତକ ଜଣକ କୁଲେଇ ଗ୍ରାମର ହରିଆ ଦେହୁରୀ ବୟସ 65ବର୍ଷ ବୋଲି ଜଣାପଡିଛି । ଦୈନନ୍ଦିନକାର୍ଯ୍ୟ ସାରି ବିଲରୁ ଫେରି ଆଜି ଅପରାହ୍ନ ଦୁଇଟା ବେଳେ କେନାଲ ଗାଧଉଥିବା ସମୟରେ ପାଦ ଖସିଯାଇ ଗଭୀର ସ୍ରୋତ ରେ ଭାସିଯାଇଥିଲେ । ସୂଚନା ପାଇ ଗ୍ରାମବାସୀ ପହଂଚି ଉଦ୍ଧାର କରିଥିଲେ। ସମଲ ପୋଲିସ ପହଂଚି ଗ୍ରାମବାସୀଙ୍କ ସହାୟତାରେ ମଣ୍ଡପାଳ ମେଡିକାଲ କୁ ପଠେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ଉତ୍ତମ ସ୍ଵଭାଵର ବ୍ୟକ୍ତି ଥିଲେ ଓ ପରୋପକାରୀ ସଙ୍ଗେ ସଂଗେ ମେଳାପୀ ଲୋକ ଥିଲେ । ତାଙ୍କ ମୃତୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।