ରିଅଲ ଲାଇଫର ହିରୋ ସୋନୁ ସୁଦଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର; ଦୁଃଖ ସୁଖର ସାଥି ସୋନୁ ସୁଦ । କରୋନା ବେଳେ ସମସ୍ତଙ୍କ ପାଖରେ ସହାୟତାର ହାତ ବଢାଇଥିଲେ ସୋନୁ । ପ୍ରବାସୀ ମାନଙ୍କୁ ନିଜ ଜନ୍ମମାଟିକୁ ପଠାଇ ପ୍ରଶଂସା ସାଉଁଟିଥିଲେ । କେବଳ ସେତିକି ନୁହେଁ ଯେତେବେଳେ ଯିଏ ଯେଉଁ ସମୟରେ ସହାୟତା ମାଗିଛି ତାଙ୍କ ପହଞ୍ଚିଛନ୍ତି ସୋନୁ ସୁଦ । ସେ ହେଉଛନ୍ତି ଗରିବଙ୍କ ଭଗବାନ । କେହି କେହି ସୋନୁ ସୁଦଙ୍କ ଚିତ୍ର ଛାତିରେ ଆଙ୍କିଛନ୍ତି । ସେହି ରିୟଲ ହିରୋଙ୍କ ଆଜି ଜନ୍ମଦିନ ।ଏବେ ଫିଲ୍ମ ଦୁନିଆରେ ଭିଲେନ୍ ସାଜିଥିବା ଏହି କଳାକାର ଏବେ ପ୍ରତିଟି ଭାରତୀୟଙ୍କ ହୃଦୟର ହିରୋ ଭାବେ ଜଣାଶୁଣା । ଆଜି ତାଙ୍କ ଜନ୍ମଦିନରେ ଆମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା । ରିପୋଟର୍ସ ଟୁଡେ ପରିବାର ତରଫରୁ ସୋନୁ ସୁଦଙ୍କ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।