ହଲ ଅଫ ଫେମ ୨.୦ରେ ପ୍ରଦର୍ଶିତ ହେଲା ୨୫ ଷ୍ଟାର୍ଟ ଅଫ

ଭୁବନେଶ୍ୱର : ଟିଆଇଲ ଭୁବନେଶ୍ୱର ଏବଂ ଷ୍ଟାର୍ଟଅଫ ଓଡ଼ିଶାର ଏକ ମିଳିତ ପ୍ରୟାସ ହଲ ଅଫ ଫେମ ୨।୦ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଓଁକାର ରାୟ ଏକଜିକିୟୁଟିଭ ଚେୟାରମ୍ୟାନ ଷ୍ଟାର୍ଟ ଅଫ ଓଡିଶା ମନୋଜ ମିଶ୍ର ଶାସନ ସଚିବ ଇଲେକ୍ଟ୍ରୋନିକ୍ସ ଓ ଆଇଟି ଓଡିଶା ସରକାର ଦେବାଶିଷ ପଟନାୟକ ପ୍ରେସିଡେଣ୍ଟ ଟିଆଇଲ ଭୁବନେଶ୍ୱର ଏବଂ ସୁନୀଲ ଟାନେଜ ପ୍ରମୁଖ ଏଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ସମଗ୍ର ରାଜ୍ୟରୁ ୨୫ଟି ଷ୍ଟାର୍ଟଅଫ ହଲ ଅଫ ଫେମ ୨।୦ ଏହି ଅବସରରେ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ପଦର୍ଶନୀରେ ସେମାନଙ୍କର ଉତ୍ପାଦ କରିଥିଲେ । କେବଳ ଏତିକି ନୁହେ ଆଗାମୀ ୫ବର୍ଷ ମଧ୍ୟରେ ୨୫ଟି ଷ୍ଟାର୍ଟଅଫ ଆମ ପରିବ୍ୟବସ୍ଥାକୁ ଅଧିକ ପୁଞ୍ଜି ଆକୃଷ୍ଟ କରିପାରିବେ । ହଲ ଅଫ ଫେମ ୨।୦ ପାଇଁ ୨୫ଟି ଷ୍ଟାର୍ଟଅଫ ଦ୍ୱାରା ପ୍ରଦର୍ଶନୀ ରାଜ୍ୟରେ ସମୁଦାୟ ଷ୍ଟାର୍ଟଅଫ ପରିବ୍ୟବସ୍ଥାର ପ୍ରତିନିଧିତ୍ବ କରି ଆଇଟି ଓ ନ ଆଇଟି କ୍ଷେତ୍ରରେ ବହୁବିଧ ଉତ୍ପାଦ ପ୍ରଦର୍ଶନ ବେଶ ପ୍ରଭାବୀ ହୋଇପାରିଛି । ଷ୍ଟାର୍ଟଅଫ ଗୁଡିକ ନିଜର ଅଭିବୃଦ୍ଧି ବନ୍ଦ ନକରନ୍ତୁ ଏହା ମୋର ପରାମର୍ଶ ବୋଲି କହିଛନ୍ତି ମନୋଜ ମିଶ୍ର |