ମୁମ୍ବାଇ:ଇନଷ୍ଟଗ୍ରାମରେ ଦେବିନା ଓ ଗୁର୍ମିତ ନିଜ ଝିଅକୁ ଧରି ଫଟୋ ସେୟାର କରିଛନ୍ତି, । ଚଳିତ ବର୍ଷ ଏପ୍ରିଲ ୩ରେ ସେମାନେ ଏକ ଶିଶୁ କନ୍ୟାର ବାପା, ମାଆ ହୋଇଥିଲେ। ଝିଅକୁ ୩ ମାସ ହେବା ପରେ ଏବେ ଦୁଇଜଣ ଝିଅ ‘ଲିୟାନା’ର ମୁହଁ କ୍ୟାମେରା ସାମ୍ନାରେ ଦେଖାଇଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫଟୋରେ କପଲ୍ ଝିଅର ମୁଣ୍ଡକୁ କିସ୍ କରି ବହୁତ ଭଲ ପାଇବା ଦେଉଛନ୍ତି।ସେମାନେ ଏହି ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ସେଲିବ୍ରିଟି ଏବଂ ଫ୍ୟାନମାନଙ୍କର କମେଣ୍ଟ ଆସିବାରେ ଲାଗିଛି। ଅନେକ ବର୍ଷ ତଳେ ଟିଭିରେ ରାମ ଏବଂ ସୀତା ଭୂମିକାରେ ଜବରଦସ୍ତ ଅଭିନୟ କରିଥିବା ଗୁର୍ମିତ ଚୌଧୁରୀ ଓ ଦେବିନା ବାନାର୍ଜୀ ବର୍ତ୍ତମାନ ସମୟରେ ପ୍ୟାରେଣ୍ଟସ୍ହୁଡକୁ ଏନଜୟ କରୁଛନ୍ତି।