ଭୁବନେଶ୍ୱର ଇନଫୋଭ୍ୟାଲି ଥାନା ପିତାପଲ୍ଲିରେ ବିଳମ୍ୱିତ ରାତିରେ ଫୁଟିଛି ଗୁଳି

ଭୁବନେଶ୍ୱର-: ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଫୁଟିଛି ଗୁଳି। ଭୁବନେଶ୍ୱର ଇନଫୋଭ୍ୟାଲି ଥାନା ଅଞ୍ଚଳ ପିତାପଲ୍ଲିରେ ବିଳମ୍ୱିତ ରାତିରେ ଫୁଟିଛି ଗୁଳି। ପିତାପଲ୍ଳୀ ରାସ୍ତାରେ ରୋଡ ରେଜକୁ ନେଇ ଗୁଳିକାଣ୍ଡ ଘଟିଛି । ଗତକାଲି ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିବା ବେଳେ ରାତିରେ ଫୁଟାଇଥିଲା ଗୁଳି । ଗୁଳିମାଡ଼ରେ ଜଣେ ଯୁବକ ଗୁରୁତ ହୋଇଥିବା ବେଳେ ଏମ୍ସ ହସ୍ପିଟାଲରେ ତାଙ୍କର ଚିକତ୍ସା ଚାଲିଛି । ତେବେ ଅପରାଧ ଘଟାଇ ଫେରାର ରହିଥିବା ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ଜଗମୋହନ ମୀନା ।