Chennai: ଓଡ଼ିଆ ସଙ୍ଗୀତ ଜଗତରେ ଆଉ ଏକ ବଡ଼ ଶୂନ୍ୟତା ସୃଷ୍ଟି ହୋଇଛି। ପ୍ରସିଦ୍ଧ ଗିଟାରିଷ୍ଟ Debanshu Rath, ଯିଏ ‘କାବୁଲି’ ନାମରେ ପରିଚିତ ଥିଲେ, ତାଙ୍କର ପରଲୋକ ଘଟିଛି। ଚେନ୍ନାଇ ସ୍ଥିତ ନିଜ ଘରେ ଅନଲାଇନ୍ରେ ଗିଟାର ଶିକ୍ଷାଦାନ କରୁଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।
ହେଲେ ଡାକ୍ତରମାନେ ତାଙ୍କୁ ମେଡିକାଲ୍ରେ ମୃତ ଘୋଷଣା କରିଥିଲେ। Debanshu Rath ସଙ୍ଗୀତ ନିର୍ଦ୍ଦେଶକ Prafulla Karଙ୍କ ଭଣଜା ଓ ଗୁଡଲି ରଥଙ୍କ ବଡ଼ ଭାଇ ଥିଲେ।ପ୍ରାୟ ୪୦ ବର୍ଷ ଧରି ତାଙ୍କର ଗିଟାର ଯାଦୁରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଆସୁଥିଲେ। ତାଙ୍କର ଅଚାନକ ପରଲୋକରେ ସଙ୍ଗୀତ ଜଗତରେ ଶୋକର ଛାୟା ଛାଇଯାଇଛି।ସଙ୍ଗୀତ ପ୍ରେମୀ ଓ ସହକର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଅବଦାନକୁ ସ୍ମରଣ କରୁଛନ୍ତି।