କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । GST ସଂସ୍କାର ନେଇ ଦେଲେ ବଡ଼ ସୂଚନା । କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ । ୨୦୧୭ରେ ପ୍ରଥମ କରି GST ଲାଗୁ କରାଯାଇଥିଲା । ପୂର୍ବରୁ ଭିନ୍ନ ଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ । ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଗରିବ ଲୋକଙ୍କୁ ପୂର୍ବରୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ GST ପାଇଁ ସଂକଳ୍ପ କରିଥିଲି । ଆଜି ସବୁ ରାଜ୍ୟକୁ ସାଥିରେ ନେଇ GST ସଂସ୍କାର ସମ୍ଭବ ହୋଇଛି । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇ ପାରିଛି । ଭବିଷ୍ୟତକୁ ଆଖିରେ ରଖି ଏହି ସଂଶୋଧନ କରାଯାଇଛି । କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା ରଖି ଅନ୍ୟ ସ୍ଲାବ ଉଠିଛି । ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରକୁ ଆସିଛି ।

୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ମଧ୍ୟ କରାଯାଇଛି । GST ସଂସ୍କାରରୁ ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ । ଛୋଟ ଛୋଟ ଦୋକାନୀ ମଧ୍ୟ ଏଥିରୁ ବେଶି ଉପକୃତ ହେବେ । ଆୟକର କମିବା ଓ GST ସଂସ୍କାର ଦ୍ବାରା ଅଢ଼େଇ ଲକ୍ଷ କୋଟି ଫାଇଦା । ସାଧାରଣ ବର୍ଗର ଲୋକେ ଅଢ଼େଇ ଲକ୍ଷ କୋଟି ଫାଇଦା ନେବେ । ଲଘୁ ଓ କୁଟିର ଉଦ୍ୟୋଗକୁ ମଧ୍ୟ ଡବଲ ଫାଇଦା ହେବ । ବିଦେଶୀ ସାମଗ୍ରୀରୁ ଆମକୁ ମୁକ୍ତି ପାଇବାକୁ ପଡ଼ିବ । ସବୁ ଘରକୁ ସ୍ବଦେଶୀର ପ୍ରତୀକ ବନାଇବାକୁ ପଡ଼ିବ । ଗର୍ବରେ କହିବା ଆମେ ସ୍ବେଦେଶୀ ସାମଗ୍ରୀ କ୍ରୟ କରୁଛୁ । ପ୍ରତି ରାଜ୍ୟ ନିବେଶ ପାଇଁ ରାସ୍ତା ଉନ୍ମୁକ୍ତ କରନ୍ତୁ ।