ଏକା ଦେଖି ନାତୁଣୀ ଘର ପଛ ପଟକୁ ଟାଣି ନେଲା ସମ୍ପର୍କୀୟ ଜେଜେବାପା…

ଜେଜେବାପାଙ୍କ କୁକର୍ମ । ନାବାଳିକା ନାତୁଣୀ ଉପରେ ରଖିଥିଲେ ଖରାପ ନଜର । ସମୟ ସୁଯୋଗ ଦେଖି ନାତୁଣୀଙ୍କୁ ଦୁଷ୍କର୍ମ କରିଥିଲେ ସମ୍ପର୍କୀୟ ଜେଜେବାପା । ଏପରି ଲଜ୍ୟାଜନକ ଘଟଣା କେଉଁ ବାହାର ରାଜ୍ୟ ନୁହେଁ ବରଂ ଆମ ଓଡିଶାରେ ଘଟିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ବଲେଦା ଗାଁର ସୁଧିର କୁମାର ଜେନା ଏପରି କାଣ୍ଡ ଘଟାଇଛନ୍ତି ।

ସୂଚନା ଅନୁସାରେ ଗତ ଶନିବାର ଦିନ ଉକ୍ତ ନାବାଳିକା ଜଣକ ସୁଧିରଙ୍କ ନାତିକୁ ଟିଉସନ ପଢା ହେବକି ନାହିଁ ପଚାରିବାକୁ ଯାଇଥିଲେ କିନ୍ତୁ ସୁଧିର ନାବାଳିକାଙ୍କୁ ତାଙ୍କ ଘରର ପଛପଟକୁ ଟାଣି ନେଇ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଝିଅର ଚିତ୍କାର ଶୁଣି ସୁଧିରଙ୍କ ବୋହୁ ଆସି ସୁଧିରଙ୍କ ଠାରୁ ତାକୁ ଉଦ୍ଧାର କରିଥିଲେ । ଏବଂ ଏ ଘଟଣା କାହାକୁ କହିବୁ ନାହିଁ ବୋଲି ନାବାଳିକାକୁ ତାଗିତ କରିଥିଲେ ।କିନ୍ତୁ ନାବାଳିକା ଜଣକ କାନ୍ଦି କାନ୍ଦି ବାପା ମାଆଙ୍କୁ ସବୁ କଥା ଜଣାଇ ଥିଲା । ପରିବାର ଲୋକେ ଏ ଘଟଣା ବାବଦରେ ସୁଧିରଙ୍କୁ ପଚାରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଗତକାଲି ରାତିରେ ଏ ସମ୍ପର୍କରେ କମର୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ କୈାଣସି କାର୍ୟ୍ୟାନୁଷ୍ଠାନ ନେଉ ନଥିବା ପିଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି।