ରାଂସଳ ଓ କୁହିକା ମଣ୍ଡଳର ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଟିସ୍କୋ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରବିବାର ଦିନ ରାଂସଳ ଓ କୁହିକା ମଣ୍ଡଳ ର  ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ରବିବାର ଦିବା ୧୦ ଘଟିକା ସମୟରେ ରଙ୍ଗମାଟିଆ ଡମଶାଳ ନଦୀ   ଠାରୁ ୧୦୮ ଜଣ ମହିଳାଙ୍କ ଏକ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିରରେ ଶେଷ ହୋଇଥିଲା ଓ ମନ୍ଦିର ପରିସରରେ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଖଣି ଅଞ୍ଚଳର ବିଭିନ୍ନ ଗ୍ରାମରୁ ୪ ଟି  କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକ୍ରିତ୍ତନ କରାଯାଇଥିଲା ।

ଓଡିଶା ମାଇନିଂ ୱାର୍କର୍ଷ ୟୁନିଅନର ସଭାପତି ସବ୍ୟସାଚି ବଳସାମନ୍ତଙ୍କ ସମେତ ଏହି ସଭାରେ ମୁଖ୍ୟ ଅତିଥିରୂପେ ରାଙ୍କିଆ ରାମ ମନ୍ଦିର ପୂଜକ ବାବା ନରହରି ମହାରାଜ,ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂ ସେବକ ବାଲେଶ୍ୱର ବିଭାଗ ସେବା ପ୍ରମୁଖ ଇନ୍ଦ୍ରମଣି ବେହେରା, ସମ୍ମାନିତ ଅତିଥି ରୂପେ ସୁକିନ୍ଦା ଗୋଶାଳା ଗୋ ସେବକ ମକରନ୍ଦ ଦେହୁରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସୁକିନ୍ଦା ଖଣ୍ଡ ବିସ୍ତାରକ ଦେବେନ୍ଦ୍ର ସେଠି ଏବଂ  ଖଣି ଅଞ୍ଚଳର ପ୍ରାୟ  ୫୦୦ ରୁ ଉର୍ଦ୍ଧ ହିନ୍ଦୁ ଯୋଗ ଦେଇଥିଲେ ।