ପାକିସ୍ତାନ ନାଗରିକଙ୍କୁ ଭାରତ ଆସିବା ପରେ ରୋକ ଲଗାଇଛନ୍ତି ସରକାର

ପ୍ରାୟ ଦୁଇ ଘଣ୍ଟା ଧରି ସିସିଏସ୍‌ ବୈଠକ ପରେ ପାକିସ୍ତାନକୁ ନେଇ କଡ଼ା ନିଷ୍ପତ୍ତି ନେଇଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସିସିଏସ୍‌ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇଛି । ବୈଠକରେ ପାକିସ୍ତାନ ଉପରେ କଡ଼ା କଟକଣା ଲଗାଇଛି ଭାରତ । ଏହା ପାକିସ୍ତାନ ଉପରେ ପ୍ରହାର ସଦୃଶ । କାରଣ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ । ଏଣିକି ପାକିସ୍ତାନ ନାଗରିକଙ୍କୁ ଭାରତ ଆସିବା ପରେ ରୋକ ଲଗାଇଛନ୍ତି ସରକାର । ପାକିସ୍ତାନ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ଉପରେ ରୋକ୍ ଲଗାଇଛନ୍ତି ସରକାର । ଏହି କ୍ରମରେ ଅଟାରୀ ଚେକ୍‌ପୋଷ୍ଟ ବନ୍ଦ କରାଯିବ । ସେହିଭଳି ସିନ୍ଧୁ ଜଳ ବୁଝାମଣାକୁ ମଧ୍ୟ ରଦ୍ଦ କରିଛନ୍ତି ସରକାର । ବୈଦେଶିକ ମନ୍ତ୍ରାଳୟ କହିଛି ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ରହିଛି ପାକିସ୍ତାନର ହାତ । ବର୍ବର କାଣ୍ଡ ଘଟାଇବାକୁ ସୀମା ପାର୍ ହୋଇ ଆସିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏହି କ୍ରମରେ ପାକିସ୍ତାନର ଦୂତାବାସରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର ।