(ଗୋପ / ଜୟନ୍ତ କୁମାର ସେଠୀ ): କୋଣାର୍କ ରାମଚଣ୍ଡି ଠାରେ ଭିମିଷ୍ଟେକ୍ ଡିଯାଷ୍ଟର ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ଏକ ଦିବସ କାର୍ୟ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସମ୍ଭାବ୍ୟ ସୁନାମି ତଥା ପ୍ରାକୃତିକ ବିପର୍ୟ୍ୟୟ ରୁ କିଭଳି ଭାବରେ ଐତିହାସିକ ସ୍ଥାନ ଗୁଡିକୁ ସୁରକ୍ଷିତ ରଖାଯାଇ ପାରିବ ତା ସହିତ ଆପଦି କାଳିନ ଅବସ୍ଥାରେ ଜନ ସାଧାରଣଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ଏନେଇ ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧି ମାନେ ମଗଡ଼ିଲ ମାଧ୍ୟମରେ ଜନସାଧାରଣଙ୍କୁ ଉଦ୍ଧାର କରିବାର ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ଆସନ୍ତା ୨୦୨୪ ମଧ୍ୟରେ ବଙ୍ଗପସାଗର ନିକଟବର୍ତ୍ତୀ ଅଞ୍ଚଳ ଅସ୍ତରଙ୍ଗ ଠାରୁ କୃଷ୍ଣପ୍ରସାଦ ର ପ୍ରାୟ ୮୮ ଗୋଟି ଅଞ୍ଚଳକୁ ସୁନାମି ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଥିବାରୁ ଏହିଠାରେ ଏଭଳି ପ୍ରସିକ୍ଷଣ ଶିବିର ଆୟୋଜନ କରାଯାଇଥିବା କୁହାଯାଉଛି। ଏହି କାର୍ୟ୍ୟକ୍ରମରେ ଭାରତ ସମେତ ଶ୍ରୀଲଙ୍କା,ଭୁଟାଣ, ନେପାଳ, ମିଆଁମାର,ବାଙ୍ଗଲାଦେଶ ଆଦି ପ୍ରତିନିଧି ମାନେ ଭାଗନେଇଥିଲେ।