ଗୁଗଲ ବଢାଇଲା ୟୁଟ୍ୟୁବ ପ୍ରିମିୟର ପ୍ୟାକେଜର ଦାମ

ରିପୋଟର୍ସ ଟୁଡେ ବ୍ୟୁରୋ: ୟୁଟ୍ୟୁବ ପ୍ରିମିୟର ପ୍ୟାକେଜର ସବସ୍କ୍ରିପସନ୍ ଦାମକୁ ବଢାଇଦେଇଛି ଗୁଗଲ ।ଆଗରୁ ୟୁଟ୍ୟୁବର ମାସିକ ଚାର୍ଜ ୧୧. ୯୯ଡଲାର ମାନେ ପାଖାପାଖି ୯୮୩ ଟଙ୍କା ଦେବାକୁ ପଡ଼ୁଥିଲା କିନ୍ତୁ ଏବେ ମାସକୁ ୧୩.୯୯ ଡଲାର ମାନେ ପାଖାପାଖି ୧୧୪୭ ଟଙ୍କା ଦେବାକୁ ପଡ଼ିବ।

ଏବେ ୟୁଟ୍ୟୁବ ଓ ୟୁଟ୍ୟୁବ ମ୍ୟୁଜିକ ରେ ଆଡ ଫ୍ରି ଭିଡ଼ିଓ ଦେଖିବା ଓ ମ୍ୟୁଜିକ ଷ୍ଟ୍ରିମ କରିବା ମଧ୍ୟ ମହଙ୍ଗା ହେବ। ଏବେ ପ୍ରତି ମାସ ୟୁଜର୍ସଙ୍କୁ ୧୧୪୭ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ସେମିତି ଆଇଓଏସ୍ ୟୁଜର୍ସଙ୍କ ପାଇଁ ଚାର୍ଜ ବଢ଼ି ୧୮.୯୯ ଡଲାର ମାନେ ପାଖାପାଖି ୧୫୫୭ ଟଙ୍କା ହୋଇଯିବ।

ପ୍ରିମିୟମ ସବସ୍କ୍ରାଇବର୍ସ ଏବେ ବିନା ରୋକ ଟୋକରେ ନିଜର ମନ ପସନ୍ଦ ଭିଡ଼ିଓ କୁ ଦେଖିପାରିବେ। ୟୁଟ୍ୟୁବ ମ୍ୟୁଜିକ ୟୁଜର୍ସ ୧୦୦ ମିଲିୟନ ରୁ ଅଧିକ ଗୀତର ମଜା ନେଇପାରିବେ।