ବର୍ତ୍ତମାନ ସମୟରେ ଗୁଗୁଲ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ ଗୁଗଲ ଏକ ଖାସ ଡୁଡଲ ଜାରି କରିଛି । ଗୁଗଲ ୪ ସେପ୍ଟେମ୍ବର ୧୯୯୮ରେ ଆସିଥିଲା, ଯାହା ଆମେରିକାର ଲ୍ୟାରୀ ପେଜ ଏବଂ ସର୍ଗେଇ ବ୍ରିନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।
ଗୁଗଲ ଲୋକଙ୍କ ହୃଦୟ ଏବଂ ମନରେ ଏକ ସ୍ଥାନ ସୃଷ୍ଟି କରିଛି । ଲୋକମାନେ ଗୁଗଲ ଉପରେ ନିର୍ଭର କରି ଅଜଣା ରାସ୍ତାରେ ଯାତ୍ରା କରନ୍ତି କାରଣ ସେମାନେ ଜାଣିଥାନ୍ତି ଯେ ଯେଉଁଠାରେ ବି ସେମାନେ ଅଟକି ଯିବେ ଗୁଗଲ ସେମାନଙ୍କୁ ରାସ୍ତା ଦେଖାଇବ ।
ଯଦି କୌଣସି ବ୍ୟକ୍ତିଙ୍କୁ କିଛି ବି ସର୍ଚ୍ଚ କରିବାର ଥାଏ ତେବେ ସେ ପ୍ରଥମେ ଗୁଗଲ କଥା ଭାବିଥାଏ । ଯଦି ଆପଣ ଗୁଗଲର ଜନ୍ମଦିନ ବିଷୟରେ ଜାଣିବାକୁ ଚାହୁଁଥିବେ, ତେବେ ଆପଣ ଗୁଗଲରେ ହିଁ ଖୋଜିବେ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ଜାଣି ନଥିବେ ଯେ ଗୁଗଲ ଏକ ଗ୍ୟାରେଜରୁ ଆରମ୍ଭ ହୋଇଥିଲା କିନ୍ତୁ ଆଜି ଏହା ବିଶ୍ୱରେ ରାଜ୍ କରୁଛି । ଗୁଗଲ ତୁଳନାରେ ଅନ୍ୟ କୌଣସି ସର୍ଚ୍ଚ ଇଞ୍ଜିନ୍ ଏହି ସ୍ଥାନରେ ପହଞ୍ଚିବାରେ ସକ୍ଷମ ହୋଇ ନାହିଁ ।