ଗ୍ୟାସ୍ ଉପଭୋକ୍ତାମାନଙ୍କ ପାଇଁ ଆସିଲା ଖୁସି ଖବର

ଘରୋଇ ଏଲପିଜି ଯୋଗାଣ ଉପରେ ଚାପ ପଡ଼ିବା ମଧ୍ୟରେ, ସରକାର ପାଇପ୍ ରନ୍ଧନ ଗ୍ୟାସ୍ ଏବଂ ଏଲପିଜି ସଂଯୋଗ ରଖିଥିବା ଗ୍ରାହକମାନଙ୍କ ଉପରେ କଟକଣା ଜାରି କରିଛନ୍ତି ଏବଂ ସେମାନଙ୍କୁ ପରବର୍ତ୍ତୀ ସଂଯୋଗ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ PNG ସଂଯୋଗ ଥିବା ଗ୍ରାହକମାନେ କୌଣସି ସରକାରୀ ତୈଳ କମ୍ପାନୀରୁ ଘରୋଇ LPG ରିଫିଲ୍ ନେଇପାରିବେ ନାହିଁ।

ଏଣିକି ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର । ଏଲପିଜି ଗ୍ୟାସ୍ ସଙ୍କଟ ଧୀରେ ଧୀରେ ବଢୁଥିବା କାରଣରୁ ପିଏନଜି ଗ୍ୟାସକୁ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ଏଥିରେ ଆଇଜିଏଲ କହିଛନ୍ତି ଯେ ଏଲପିଜି ଉପଭୋକ୍ତା ପିଏନଜିର କନେକ୍ସନ ନେଉଛନ୍ତି ସେମାନଙ୍କୁ ଗ୍ୟାସ୍ କିଣିବାରେ ୫୦୦ ଟଙ୍କାର ରିହାତି ମିଳିବ । ଦିଲ୍ଲୀର ଏକ ସଭାରେ ଏଲପିଜି ଗ୍ୟାସ୍ ସଙ୍କଟ ବିଷୟରେ ଆଲୋକପାତ କରାଯାଇଛି । ଏବେ ଅବସ୍ଥା ଚିନ୍ତାଜନକ ଅଛି । ସାଧାରଣ ଉପଭୋକ୍ତା ମାନଙ୍କୁ ଏଲପିଜି ଗ୍ୟାସ୍ ବିତରଣ କରାଯିବା ସହ କମର୍ସିଆଲ୍ ଏଲପିଜି ବିତରଣ ଆରମ୍ଭ ହୋଇଛି ।