ହରିୟାଣା: ଯଦି ଆପଣଙ୍କ ମନରେ କିଛି କରିବାର ଇଚ୍ଛାଥାଏ, ତେବେ ବୟସ ଗୋଟିଏ ସଂଖ୍ୟା ଛଡା କିଛି ନୁହେଁ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ୯୪ ବର୍ଷ ବୟସର ଭଗବାନୀ ଦେବି ଡାଗର । ବୟସରେ ଅପରାହ୍ନରେ ସେ ଏମିତି କିଛି କରି ଦେଖାଇଛନ୍ତି ଯାହା ସାରା ବିଶ୍ୱରେ ଇତିହାସ ସୃଷ୍ଟି କରିଛି । ଯେଉଁ ବୟସରେ ମଣିଷ ଚାଲିବା ଅସମ୍ଭବ ହୋଇପଡେ ସେହି ବୟସରେ ଭଗବାନୀ ବିଦେଶରେ ଭାରତର ନାଁ କରିଛନ୍ତି । ହରିୟାଣାରେ ବାସ କରୁଥିବା ଭଗବାନୀ ଦେବୀ ୯୪ ବର୍ଷ ବୟସରେ ୱାଲର୍ଡ ମାଷ୍ଟର ଏଥଲେଟିସ ଚାମ୍ପିୟନସିପ ରେ ଗୋଲ୍ଡ ଓ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।
୧୦୦ ମିଟର ରେସରେ ଗୋଲ୍ଡ ଜିତିଥିବା ବେଳେ, ଶାଁଣ୍ଟିପୁଟ ରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଭଗବନୀ ୧୦୦ ମିଟର ରେସରେ କେବଳ ୨୪. ୭୪ ସେକେଣ୍ଡରେ ନିଜ ରେସ ପୁରା କରି ଜିତିଛନ୍ତି ଏହି ଗୋଲ୍ଡ ମେଡାଲ । ଏହି ଟୁର୍ଣ୍ଣାମେଣ୍ଟ ୨୯ ଜୁନରେ ଆରମ୍ଭ ହୋଇ ୧୦ ଜୁଲାଇରେ ଶେଷ ହୋଇଥିଲା । ତେବେ ଭାରତକୁ ଏଭଳି ଗୌରବ ଆଣିଦେଇଛନ୍ତି ଭଗବନୀ । ଯେଉଁ ବୟସରେ ଲୋକେ ଆରାମ କରିବା କଥା, ସେହି ବୟସରେ ତାଙ୍କ ଏପରି ପାରିଦର୍ଶୀତା ଯୋଗୁଁ ସାରା ଦେଶରେ ଅଭିନନ୍ଦନର ସୁଅ ଛୁଟୁଛି ।