ଗୋଲାମୁଣ୍ଡା ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି: ଏହି ଅବସରରେ ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ଓ ବିଶ୍ରାମ ଗାର ନିକଟରେ  ପଡି ରହିଥିବା ଅଳିଆ ଆବର୍ଜନା ଗୁଡିକକୁ ପରିଷ୍କାର କରାଯାବା ସହ ଘାସ ସଫା କରାଯାଇଛି । ଆୟୋଜିତ ସଫେଇ କାଯ୍ୟକ୍ରମରେ ଅତିଥି  ଭାବରବେ  ଯୋଗ ଦେଇଥିଲେ ଗୋଲାମୁଣ୍ଡା ଥାନା ଭାର ପ୍ରାପ୍ତ ଅଧିକାରୀ ରମଣୀ ରଞ୍ଜନ ଦଳେଇ ।  କାର୍ଯ୍ୟକ୍ରମରେ ପ୍ଲାଟୁନ କମାଣ୍ଡର ପ୍ରଭାତ କୁମାର ନାଏକ,ହାବିଲଦାର ଆଦିତ୍ୟ ପ୍ରଧାନ,ସୁକାନ୍ତ କୁମାର ବରାଇ ଏବଂ ପ୍ଲାଟୁନ ର ସମସ୍ତ ହୋମଗାଡ଼ ବିକାସ ପଣ୍ଡା,  ଶ୍ୟାମସୁନ୍ଦର ଅଗ୍ରୱାଲା,ସଚିନ ଅଗ୍ରୱାଲ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରିବେଶ ପ୍ରତି ଧ୍ୟାନ ଦେବା ଘରଠୁ ଗାଁ  ସହର କେମିତି ସ୍ୱଚ୍ଛ  ରହିବ ସେ  ବିଷୟରେ ସଚେତନ କରାଇଥିଲେ।

ବାହାରେ ଅଳିଆ ଆବର୍ଜନାକୁ ନ ଫିଙ୍ଗି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଅନୁରୋଧ କରିଥିଲେ । ଆମ ପରିବେଶ  ସମସ୍ତ ଜନସାଧାରଣ ଏବଂ ସ୍ୱଚ୍ଛତା ପାଇଁ ସବୁବେଳେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।