ମଣ୍ଡପରେ ପୂଜା ପାଉଛନ୍ତି ମା’ ସ୍ୟାମାକାଳୀ

କାଳୀପୂଜା ପାଇଁ ସଵୁଠି ଉତ୍ସବ ମୁଖର ଗାଁଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ କାଳୀ । ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ଵାରକୋଟ କାଳୀପୂଜା ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ । ଚଳିତ ବର୍ଷ ବାରକୋଟ କାଳୀପୂଜାକୁ ୩୨ ବର୍ଷରେ ପାଦ ଥାପିଥିବା ବେଳେ ସ୍ୟାମାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା’କାଳୀ । ଦର୍ଶକ ଭଳିକି ଭଳି ତୋରଣ ସାଙ୍ଗକୁ ଦୋଳି, ମିନାଵଜାର,ଖାଇବା ଓ ସୁ-ସଜ୍ଜିତ ପୂଜା ମଣ୍ଡପ ବୁଲିଵା ଓ ସଂଧ୍ଯା ହେଲେ ସାସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ଚଳିତ ବର୍ଷ ଆକର୍ଷଣୀୟ ପୂଜା ମଣ୍ଡପ ଦର୍ଶକଙ୍କୁ ବେସ ଆକୃଷ୍ଟ କରୁଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ମା’ ସ୍ୟାମାକାଳୀଙ୍କ ଦର୍ଶନ ଭକ୍ତଙ୍କ ଭିଡ଼ ଲାଗି ରହିଛି । ମା’ଙ୍କ ଏଇ ପୂଜା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂଜା କମିଟିର ସଭାପତି ପ୍ରକାଶ କୁମାର ପାଣି ସୂଚନା ଦେଇଛନ୍ତି । ଆଇନ ସୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା‌କୁ ଦେଖି ପୋଲିସ ପ୍ରଶାସନ ତରଫରୁ ପୋଲିସ ଫୋର୍ସ ମୃତୟନ କରାଯାଇଛି ।