ମେ’ ୩ ଓ ୪ରେ ବିମାନ ଉଡ଼ାଣ ସ୍ଥଗିତ
ମେ’ ୩ ଓ ୪ରେ ବିମାନ ଉଡ଼ାଣ ସ୍ଥଗିତ। ଆସନ୍ତା ୨ଦିନ ପାଇଁ ବୁକିଂ ବନ୍ଦ ରଖିଛି ଗୋଫାଷ୍ଟ ଏୟାରଲାଇନ୍ସ।
(ଦିଲ୍ଲୀ) : ମେ’ ୩ ଓ ୪ରେ ବିମାନ ଉଡ଼ାଣ ସ୍ଥଗିତ। ଆସନ୍ତା ୨ଦିନ ପାଇଁ ବୁକିଂ ବନ୍ଦ ରଖିଛି ଗୋଫାଷ୍ଟ ଏୟାରଲାଇନ୍ସ। ଇଞ୍ଜିନ୍ ଯୋଗାଣ ନହେବା କାରଣରୁ ଗୋଫାଷ୍ଟ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି, ଯାହାଫଳରେ ୨୮ଟି ବିମାନର ଉଡ଼ାଣ ବନ୍ଦ ହୋଇଯାଇଛି। ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି ବୋଲି ସୂଚନା ମିଳିଛି ।

ସିଇଓଙ୍କ କହିବାନୁଯାୟୀ , ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲକୁ ଅନୁରୋଧ କରିଛୁ। ଏଭଳି ନିଷ୍ପତ୍ତି ପାଇଁ ଟିକେଟ ବୁକ୍ କରିଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସୋସିଆଲ ମିଡିଆରେ ବ୍ୟକ୍ତ କରିଛନ୍ତି। ତେବେ ବୁକ ହୋଇଥିବା ଟଙ୍କା ଫେରସ୍ତ ମିଳିବ ବୋଲି କମ୍ପାନି କହିଛି।