ଅଧିକ ସୁନ୍ଦର ହେବା ହେଲା କାଳ । କିଏ କେଉଁଭଳି ଦେଖାଯିବ ତାହା କାହା ହାତରେ ନଥାଏ । ଦେହର ରଙ୍ଗ ଗୋରା କିମ୍ବା କଳା କେହି ନିଜେ କରି ପାରିବେ ନାହିଁ । କାରଣ ଏହା ଭାଗବାନଙ୍କ ସୃଷ୍ଟି । କିନ୍ତୁ ଜଣେ ଯୁବତୀ ନିଜର ସୁନ୍ଦର ଚେହେରା ଓ ଗୋରାପଣ ପାଇଁ ଚାକିରି ହରାଇଛନ୍ତି । ତେବେ ହଁ ଦର୍ଶକ ବନ୍ଧୁ । କଥାଟା ବିଶ୍ୱାସ ଲାଗୁ ନ ଥିଲେ ମଧ୍ୟ ସତ । ଏଭଳି ଘଟଣା ଆଉ କେଉଁଠି ନୁହେଁ ବରଂ ଆମ ଦେଶ ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା । ଆପଣଙ୍କୁ ଏହି କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଜଣେ ଯୁବତୀ ଏକ କର୍ପୋରେଟ କମ୍ପାନିରେ ଚାକିରି ପାଇବା ପାଇଁ ଇଂଟରଭ୍ୟୁ ଦେଇଥିଲେ । କିନ୍ତୁ ନିଜର ଗୋରା ଓ ସୁନ୍ଦର ଚେହେରା ପାଇଁ ଶେଷ ମୁହୂର୍ତରେ ନିଜ ଚାକିରି ହରାଇ ଥିଲେ । ଯୁବତୀ ଜଣକ ନିଜର ଏଭଳି ଅନୁଭବକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଘଟଣାକୁ ନେଇ ଚର୍ଚା ଜୋର ଧରିଛି ।
ବେଙ୍ଗାଲର ଏହି ଯୁବତୀ ଜଣକ ନିଜର ଅନୁଭବକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ସ୍ପଷ୍ଟ ହୋଇଛି । ପ୍ରତୀକ୍ଷା ଜିଚକର ନାମକ ଯୁବତୀ ନିଜର ଲିଙ୍କଇନ୍ ପ୍ରୋଫାଇଲରେ ସେୟାର କରି ଲେଖିଛନ୍ତି ଯେ, ‘ ନେଟିଜେନ୍ସ ଠିକ୍ ପଡିଛନ୍ତି .. ଇଣ୍ଟରଭ୍ୟୁରେ ତିନୋଟି ରାଉଣ୍ଡ ଥିଲା । ପ୍ରଥମେ ଆସାଇନମେଣ୍ଟ, ଦ୍ୱିତୀୟରେ ସ୍କିଲ୍ସ ଓ ତୃତୀୟରେ ଏକ୍ସପେରିଏନ୍ସ । ସେ ଏ ସବୁଥିରେ କ୍ୱାଲିଫାଏ କଲେ । କିନ୍ତୁ ଫାଇନାଲ ରାଉଣ୍ଡରେ ବିଫଳ ହେଲେ । ଏହାର କାରଣ ଥିଲା ତାଙ୍କର ଗୋରା ସ୍କିନ୍ । ଯେଉଁଠି ଆମେ ବିବିଧତା ବିଷୟରେ ଆଲୋଚନା କରୁଛୁ ସେଠି ଏଭଳି ଭାବେ ରଙ୍ଗ, ଧର୍ମ ଆଧାରରେ ଚୟନ କରାଯିବା ବାସ୍ତବିକ ଦୁଃଖର ବିଷୟ ବୋଲି ଲେଖିଛନ୍ତି ପ୍ରତୀକ୍ଷା ।
ଏଭଳି କରି କମ୍ପାନୀ କିନ୍ତୁ ନିଜର ଭାବମୂର୍ତ୍ତି ଖରାପ କରିଛି । ଏହା ପରେ ପରେ କମ୍ପାନୀର ଏଚଆର ଟିମ ଦେଇଥିବା ଏକ ମେଲର ସ୍କ୍ରିନ୍ ସଟ୍କୁ ପୋଷ୍ଟ କରିଛନ୍ତି , ଯେଉଁଥିରେ ଲେଖାଅଛି:ଟ୍ଟ
ଆମ କମ୍ପାନୀର ଇଣ୍ଟରଭ୍ୟୁ ସମୟରେ ପୁରା ପ୍ରୋସେସ୍ ଶେଷ ହେବା ଯାଏଁ ଧୈର୍ୟ୍ୟର ସହ ସହଯୋଗ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ହେଲେ ଦୁର୍ଭାଗ୍ୟ ଯେ ସବୁଥିରେ ଆପଣଙ୍କ ସଫଳତା ପରେ ବି ଆମେ ଆପଣଙ୍କୁ ଏହି ପୋଷ୍ଟ ପାଇଁ ରଖିପାରିବୁ ନାହିଁ ।
ଆପଣଙ୍କ ପ୍ରୋଫୋଇଲ ଆମ କମ୍ପାନୀର ଆବଶ୍ୟକତା ଅନୁସାରେ ପୁରା ଠିକ୍ ଅଛି । କିନ୍ତୁ ସମସ୍ୟା ଅପଣଙ୍କ ସ୍କିନରେ । ପ୍ରକୃତ କଥା ହେଉଛି , ଆପଣଙ୍କ ସ୍କିନ୍ ଟୋନ୍ ଆମ ଟିମ୍ ଠାରୁ ଅଧିକ । ଆପଣଙ୍କ ଅତ୍ୟଧିକ ଗୋରା ରଙ୍ଗ ଆମ ଟିମ୍ ଭିତରେ ମତଭେଦ ସୃଷ୍ଟି କରିପାରେ । ତେଣୁ ଇଣ୍ଟରଭ୍ୟୁରେ ଆପଣଙ୍କ ସଫଳତା ପରେ ବି ଆମେ ଆପଣଙ୍କୁ ଜବ୍ ଅଫର ଦେଇପାରିବୁ ନାହିଁ । ଏହି ପୋଷ୍ଟ ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ ।