ତିରୁପତି ବାଲାଜୀ ମନ୍ଦିରରେ ଅଭିଯୋଗ ପୁନରାବୁର୍ତ୍ତି ନ କରିବା ପାଇଁ ଏହି ପଦକ୍ଷେପ

ବ୍ୟୁରୋ : କୌଣସି ସ୍ଥାନରେ ନକଲି ଘିଅ ବ୍ୟବହାର ହେଉନାହିଁ । ଶୁଦ୍ଧତା ମାନ ଯାହା ରହିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । କିନ୍ତୁ ଏହି ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରୀକ୍ଷଣ କରିବା ଓ ଏହି ମାନକୁ ମେଣ୍ଟେନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ ହେବ । ତିରୁପତି ବାଲାଜୀ ମନ୍ଦିରରେ ଯେଉଁ ଅଭିଯୋଗ ଆସିଲା, ତାହା ହେବାର ଆବଶ୍ୟକତା ନଥିଲା। ସେଥିପାଇଁ ଆମେ ଆଗୁଆ ପଦକ୍ଷେପ ନେଉଛୁ। ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇଛି। ଏକ ମାନ ପରୀକ୍ଷଣ ବ୍ୟବସ୍ଥାକୁ ଜାରୀ ରଖିବୁ । ମହାପ୍ରସାଦର ସହ ଘିଅ ଓ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ମାନ ପରୀକ୍ଷଣ ହେବ । ରୋଷଶାଳାକୁ କାହାକୁ ପ୍ରବେଶ କରିବା ଲାଗି ଅନୁମତି ନଥାଏ। ରୋଷଶାଳାକୁ ଯିବା ପୂର୍ବରୁ ଓ ରୋଷଶାଳାରୁ ପ୍ରସାଦ ବାହାରିବା ପରେ ମାନ ପରୀକ୍ଷଣ ହେବ । ଦୁଇଟି ସ୍ଥାନରେ ଏହି ପରୀକ୍ଷଣ ହେବ । ଶ୍ରୀମନ୍ଦିରରେ ଫୁଡ଼ ଇନ୍ସପେକ୍ଟର ନିୟୋଜିତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ । ବହୁତ ଶୀଘ୍ର ସେ ନେଇ ନିଯୁକ୍ତି କରାଯିବ । ଶୃଙ୍ଖଳା ସହ ସୁରକ୍ଷା ପାଇଁ ପୂର୍ବତନ ସେନା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ମାନର ପରୀକ୍ଷଣ ଓ ସୁଦ୍ଧତା ରକ୍ଷା କରିବା ଲାଗି ଫୁଡ଼ ଇନ୍ସପେକ୍ଟର ନିୟୋଜିତ କରିବୁ । ଯାହା ଫଳରେ ଦେଶର ଅନ୍ୟ ମନ୍ଦିର ଭଳି ଆମ ମନ୍ଦିରରେ ଅଭିଯୋଗ ନ ଆସୁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସେଭଳି କିଛି ଅଭିଯୋଗ ଜାଲରେ ଛନ୍ଦି ନହୋଇପଡୁ । ଏହାକୁ ଦୃଷ୍ଟିରେ ରଖି ଆମେ ଏଭଳି କରୁଛୁ । ବିଶ୍ୱର ସମସ୍ତ ଜଗନ୍ନାଥ ଭକ୍ତ ଆଶ୍ଵସ୍ଥ ରହିବେ । ମହାପ୍ରଭୁଙ୍କ ପ୍ରସାଦରେ ଅଶୁଦ୍ଧତା କେବେ ନଥିଲା କି ଆଗାମୀ ଦିନରେ ରହିବ ନାହିଁ ।