ବଢିଲା ଗ୍ୟାସ ଦର, ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୋସେଇ ଘରେ ମହଙ୍ଗା ମାଡ । ପରିବା ପରେ ବଢିଲା ଗ୍ୟାସ ଦର । ଏହା ଘରୋଇ ଗ୍ୟାସ ନୁହେଁ ବଢିଛି କମର୍ସିଆଲ ଗ୍ୟାସ ଦର । ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି ହୋଇଥିବା କୁହାଯାଉଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ ୧,୭୭୩ଟଙ୍କା ଥିବା ବେଳେ ଏବେ ୧୭୮୦ ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି । କୋଲକତାରେ ୧୯ କେଜି କମର୍ସିଆଲ ଗ୍ୟାସ୍ ଦାମ ୧୮୭୫.୫୦ ଟଙ୍କାରୁ ବଢ଼ି ୧୮୮୨.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଏହାର ଦାମ ୧୭୨୫ ଟଙ୍କାରୁ ୧୭୩୨ ଟଙ୍କାରେ ପହଞ୍ଚିଥିବା ବେଳେ ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି।
ଗତ ମାର୍ଚ୍ଚରେ କର୍ମସିଆଲ ଗ୍ୟାସ୍ ଦାମ ୩୫୦.୫୦ ଟଙ୍କା ବଢ଼ିଥିଲା। ଗତ ଜୁନ୍ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ୍ ୮୩.୫ ଟଙ୍କା ଶସ୍ତା କରାଯାଇଥିଲା। ଏହାପୂର୍ବରୁ ଜୁନ ମାସରେ କମର୍ସିଆଲ ଏଲପିଜି ଗ୍ୟାସ ଦରରେ ୮୩ ଟଙ୍କା ହ୍ରାସ ପାଇଥିଲା । ସେହିପରି ମେ’ରେ ଏହି ଗ୍ୟାସ୍ ଦାମ ୧୭୨ ଟଙ୍କା କମ୍ ହୋଇଥିଲା ।