ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ମାମଲା ଫାଷ୍ଟଟ୍ରାକ୍‌ କୋର୍ଟକୁ ନେବୁ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଘଟଣା ପରେ ଝିଅ ଓ ପରିବାରର ମାନସିକ ସ୍ଥିତି ଭଲ ନାହିଁ । ଯେମିତି ଚିକିତ୍ସା ଯୋଗାଇବା କଥା ସେମିତି ଯୋଗା ଯାଇନାହିଁ । ଆମେ ଭଲ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛୁ । ପୀଡ଼ିତାଙ୍କ କାଉନ୍‌ସେଲିଂ ଆହୁରି ଭଲ କରିବା ପାଇଁ କହିଛୁ । ମାମଲା ଫାଷ୍ଟଟ୍ରାକ୍‌ କୋର୍ଟକୁ ନେବାକୁ କଥା ହେଇଛୁ । କିପରି ଶୀଘ୍ର ଦଣ୍ଡ ଦିଆଯିବ ସେନେଇ ପୋଲିସ ସହ ମଧ୍ୟ କଥା ହେଇଛୁ । ମୁଖ୍ୟମନ୍ତ୍ରୀ ମଧ୍ୟ ପୀଡ଼ିତା ଓ ପରିବାର ଲୋକଙ୍କ ସହିତ କଥା ହୋଇଛନ୍ତି । ପଶ୍ଚିମବଙ୍ଗ ପ୍ରଶାସନ ଓ ସରକାର ଘଟଣାକୁ ଗୁରୁତ୍ୱ ଦେଉନି ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ।

ସେପଟେ ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତା ଡାକ୍ତରୀ ଛାତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ । ପୀଡ଼ିତାଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚିନ୍ତା କରନି, ଧୈର୍ଯ୍ୟ ଧର, ଓଡ଼ିଶା ସରକାର ତୁମ ସହିତ ଅଛନ୍ତି । ଦୋଷୀ ନିଶ୍ଚିତ ଭାବରେ ଦଣ୍ଡ ପାଇବେ । ପାଠ ପଢ଼ିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ପୀଡ଼ିତାଙ୍କ ମାଆଙ୍କ ସହ ବି କଥା ହେଇଛନ୍ତି ମୁଖ୍ୟମନ୍ତ୍ରୀ ।