ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ି ଛକରେ ଗଜପତି ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା 2025 ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀମତୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାଳ ମଧୁମିତା,ଜିଲ୍ଲା ବନଖଣ୍ଡ ଅଧିକାରୀ କେ ନାଗରାଜୁ, ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା,ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ମାୟାଧର ସାହୁ,ସେଞ୍ଚୁ ରିୟାନ ବିଶ୍ୱ ବିଦ୍ୟାଳୟ ର ଦୁର୍ଗା ପ୍ରସାଦ ପାଢ଼ୀ,ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ରାଧାକାନ୍ତ ଭୂୟାଁ,ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମହେନ୍ଦ୍ର ରଇତ,ବ୍ୟାଙ୍କ ମେନେଜର ଆର.ସାରକା ପ୍ରମୁଖ ମଞ୍ଚା ସିନ ଥିଲେ।ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।

ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଜନ ସାଧାରଣ, ବୃଦ୍ଧି ଜିବି,ସ୍କୁଲ କଲେଜର ଛାତ୍ରଛାତ୍ବୀମାନେ ଉପସ୍ଥିତ ଥିଲେ।ଅତିଥି ମାନେ ସାଇବର ସୁରକ୍ଷା ଓ ସଚେତନତା ମାଧ୍ୟମରେ ସାଇବରକୁ ରୋକା ଯାଇପାରିବ ବୋଲି ଆହ୍ବାନ ଦେଇଥିଲେ। ବର୍ତମାନ ଯୁଗରେ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି ଓ ଅନଲାଇନ ସେବା ପାଉଛନ୍ତି। କିନ୍ତୁ ସୋସିଆଲ ମିଡିଆ ହ୍ବାଟସ ଅପ, ଇନଷ୍ଟାଗ୍ରାମ ଭଳି ସାଇଟ ଜରିଆରେ ସାଇବର ଠକମାନେ ପ୍ରଲୋଭିତ କରି ସାଇବର ଠକେଇ କରୁଛନ୍ତି।

ବିଶେଷ କରି ଅଧିକ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ସାଇବର ଠକମାନେ ଟାର୍ଗେଟ କରୁଛନ୍ତି। ତେଣୁ ସଚେତନ ରହିଲେ ଯାଇ ସୁରକ୍ଷିତ ରହିପାରିବା ବୋଲି ଜନସାଧାରଣ ଙ୍କୁ ସଚେତନତା କରିଥିଲେ। ପୋଲିସ କଦର୍ପ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡି ଏସ୍ ପି ଅମିତାଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
