ବ୍ଲୁ ଟିକକୁ ନେଇ ଅମିତାଭଙ୍କ ଫନି ଟ୍ୱିଇଟ
"ଅବ ତୋ ପେସା ଭି ଭର ଦିଏ ହେଁ ହାମ...ତୋ ଓ ଜୋ ନୀଲ କମଲ (ବ୍ଲୁଟିକ)ହୋତେ ହେଁ ନା, ହାମାର ନାମ କେ ଆଗେ, ଉ ତୋ ୱାପସ ଲଗାଏ ଦେ ଭାୟା"
ନୂଆଦିଲ୍ଲୀ: ଲୋକପ୍ରିୟ ମାଇକ୍ରୋବ୍ଳଗିଂ ପ୍ଲାଟଫର୍ମ ଟ୍ୱିିଟର ସିଇଓ ଏଲନ୍ ମସ୍କ କିଛି ଦିନ ଆଗରୁ ଏକ ଘୋସଣା କରିଥିଲେ ବ୍ଲୁ ଟିକ୍ ୟୁଜର୍ସଙ୍କ ଟଙ୍କା ଦେବାକୁ ପଡିବ । ଯେଉଁମାନେ ଟଙ୍କା ଦେବେ ନାହିଁ ସେମାନଙ୍କ ବ୍ଲୁ ଟିକ୍ ରହିବ ନାହି ମାର୍ଚ୍ଚମାସରେ ସେ ଟୁଇଟରରେ ସୂଚନା ଦେଇଥିଲେ ।
ଗତକାଲି ରତିରୁ ଟ୍ୱିଟର ବଡ଼ ବଡ଼ିଆଙ୍କ ଆକାଉଣ୍ଟରୁ ବ୍ଲୁଟିକ ହଟାଇଛି। ବହୁ ବଡ଼ ବଡ଼ ସେଲିବ୍ରିଟି, ରାଜନେତା ଓ ସଂସ୍ଥାର ଆକାଉଣ୍ଟରୁ ଲିଗାସି ଭେରିଫାଏଡ ବ୍ଲୁଟିକ୍ ହଟାଇଛି ଟ୍ୱିଟର ।ତେବେ କମ୍ପାନୀର ଏହି ପଦକ୍ଷେପ ପରେ ବି-ଟାଉନର ବହୁ ସେଲିବ୍ରିଟି, ଜାତୀୟ ରାଜନୀତିର ବହୁ ପ୍ରମୁଖ ଚେହେରା, ଅନେକ ବଡ଼ ବ୍ରାଣ୍ଡ ଆକାଉଣ୍ଟରୁ ହଟିଛି ବ୍ଲୁଟିକ । ଦେୟ ଦେଇ ନଥିବାରୁ ବିଗ ବି, ଶାହାରୁଖ୍ ଖାନ୍, ଆଲିଆ ଭଟ୍ଟ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ନବୀନ ପଟ୍ଟନାୟକ, ଅରବିନ୍ଦ କେଜରିୱାଲ୍ ଓ ମମତା ବାନାର୍ଜୀ, କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମା ପ୍ରମୁଖଙ୍କ ଆକାଉଣ୍ଟରୁ ଲିଗାସି ଭେରିଫାଏଡ ବ୍ଲୁଟିକ୍ ହଟିଛି ।
ବିଗ ବି ଅମିତାଭ ବଚ୍ଚନ ଟୁଇଟରରେ ବହୁତ ଆକ୍ଟିଭ ରୁହନ୍ତି । ଗତକାଲି ତାଙ୍କର ବ୍ଲୁ ଟିକ୍ ଉଠିଯିବା ପରେ ଫନ୍ନୀ ଟ୍ୱୁଇଟ କରୁଛନ୍ତି ଟୁଇଟରରେ । ସେହି ଟ୍ୱୁଇଟରେ ଲେଖିଛନ୍ତି ‘ଏ ଟୁଇଟର ଭାୟା ସୁନ ରେହେ ହେଁ? ଅବ ତୋ ପେସା ଭି ଭର ଦିଏ ହେଁ ହାମ…ତୋ ଓ ଜୋ ନୀଲ କମଲ (ବ୍ଲୁଟିକ)ହୋତେ ହେଁ ନା, ହାମାର ନାମ କେ ଆଗେ, ଉ ତୋ ୱାପସ ଲଗାଏ ଦେ ଭାୟା,ତାକି ଲୋଗ ଜାନ ଜାଏ କି ହାମ ହେଁ ଅମିତାଭ ବଚ୍ଚନ… ହାତ ତୋ ଯୋଡ ଲିଏ ହାମ ,ଆବ କା ଗଡ଼ୱା ଯୋଡେ ପଢି କା ??’’ ।
ଭାରତରେ ଟ୍ୱିଟର ବ୍ଲୁ ସବ୍ସ୍କ୍ରିପସନ୍ ପ୍ଲାନର ମୂଲ୍ୟ ଆଇଓଏସରେ ମାସିକ ୯୦୦ ଟଙ୍କା ଏବଂ ୱେବ୍ସାଇଟରେ ମାସିକ ୬୫୦ ଟଙ୍କା ରଖାଯାଇଛି। ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ମାସିକ ଯୋଜନା ହେଉଛି ୯୦୦ ଟଙ୍କା। ଯଦି ୟୁଜର ଚାହାଁନ୍ତି, ସେମାନେ ୯,୪୦୦ ଟଙ୍କା ଦେଇ ଏକ ବର୍ଷ ପାଇଁ ବ୍ଲୁ ଟିକ୍ ନେଇପାରିବେ।