ଭୁବନେଶ୍ଵର: ଆଜି ୱାର୍ଲ୍ଡ ଫ୍ରେଣ୍ଡ୍ସିପ୍ ଡେ’ ବା ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ଼। ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ। ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବାକୁ ଯୁବପିଢୀ ଏହି ଦିବସକୁ ପାଳନ କରିଥାଆନ୍ତି। ଏହି ଦିନ କାର୍ଡ, ଗିଫଟ୍ ଓ ଫୁଲ ଦୋକାନମାନଙ୍କରେ ଭିଡ଼ ଦେଖିବାକୁ ମିଳିଥାଏ। ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇ ଉପହାର ଆଦାନ ପ୍ରଦାନ କରି ଏହି ଦିବସକୁ ପାଳନ କରାଯାଏ।
ବିଶ୍ୱ ବନ୍ଧୁତ୍ୱ ଦିବସ । ସାରା ବିଶ୍ୱ ଏହି ଦିନଟିକୁ ଫ୍ରେଣ୍ଡ ସିପ୍ ଡେ ଭାବେ ପାଳନ କରିଥାଏ । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ଵ ବନ୍ଧୁତ୍ଵ ଦିବସ ଭାବେ ଘୋଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ରୂପେ ପାଳନ ହୋଇଆସିଛି । ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ମାନ୍ୟତା ପାଇବା ପରେ ଦିନଟିର ମହତ୍ତ୍ୱ ବିଶ୍ୱ ସ୍ତରରେ ବଢିଛି । ତେବେ ବନ୍ଧୁତ୍ୱ ଦିବସ ପାଳନ କରିବାର କାରଣ ହେଉଛି, ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସହଯୋଗକୁ ବଢାଇବା । ଭାରତରେ ବନ୍ଧୁତ୍ୱ ଦିବସର ଲୋକ ପ୍ରିୟତା ଓ ବିଶେଷ ଭାବେ ଯୁବବର୍ଗଙ୍କ ଏହି ଦିନ ପ୍ରତି ଗୁରୁତ୍ୱ ଅହେତୁକ ଭାବେ ବଢିଛି ।
ଭାରତ ସହ ଅନେକ ଦକ୍ଷିଣ ଏସିଆର ଦେଶରେ ଅଗଷ୍ଟର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ରୂପରେ ପାଳନ କରାଯାଉଛି । କିନ୍ତୁ କିଛି ସ୍ଥାନରେ ବନ୍ଧୁତା ଦିବସକୁ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ନାହିଁ । ଓହାୟୋର ଅର୍ବଲିନରେ ୮ ଅପ୍ରେଲରେ ବନ୍ଧୁତା ଦିବସ ପାଳନ ହୁଏ । ଏହା ବ୍ୟତୀତ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ବନ୍ଧୁତା ଦିବସର ତାରିଖ ଅଲଗା । ସୂଚନାଯୋଗ୍ୟ ୨୭ ଅପ୍ରେଲ ୨୦୧୧ରେ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ୩୦ ଜୁଲାଇକୁ ଆନ୍ତର୍ଜାତିକ ବନ୍ଧୁତା ଦିବସ ଘୋଷିତ କରାଗଲା ।
ଭାରତରେ ବନ୍ଧୁତ୍ୱ ଦିବସର ଲୋକ ପ୍ରିୟତା ଓ ବିଶେଷ ଭାବେ ଯୁବବର୍ଗଙ୍କ ଏହି ଦିନ ପ୍ରତି ଗୁରୁତ୍ୱ ଅହେତୁକ ଭାବେ ବଢିଛି । ପ୍ରାୟ ୨୦୦୦ ମସିହା ପରେ ଆସ୍ତେ ଆସ୍ତେ ଭାରତୀୟ ଯୁବ ବର୍ଗଙ୍କ ମଧ୍ୟରେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଥିଲା । କଲେଜ ପଢୁଆ ଟିନ୍ ଏଜର୍ସ ନିଜ ନିଜ ଭିତରେ ପରସ୍ପରକୁ ବ୍ୟାଣ୍ଡ ବାନ୍ଧି ଏହାକୁ ଉତ୍ସବରେ ପରିଣତ କରିବା ପାଇଁ ଉଦ୍ୟମ କଲେ । ଭାରତୀୟମାନେ ବନ୍ଧୁତ୍ୱ ଦିବସକୁ ଏଇ କିଛି ବର୍ଷ ହେବେ ଏକ ଭଲ ପାର୍ବଣ ଦିବସ ଭାବେ ମାନିଲେଣି । ଏ ଦିନରେ ପୂରୁଣା ବନ୍ଧୁଙ୍କୁ କଲ୍ ଯାଉଛି, ନହେଲେ ଅତିକମରେ ହ୍ୱାଟସ୍ ଆପରେ, ମେସଜରେ ଶୁଭେଚ୍ଛା ପହଞ୍ଚୁଛି । ସାଙ୍ଗମାନେ ଏକାଠି ହୋଇ ଭୋଜି କରୁଛନ୍ତି ଓ ପରସ୍ପର ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି । ଏସବୁ ଏଦିନର ଗୁରୁତ୍ୱ ବଢାଇବା ସହ ସମ୍ପର୍କକୁ ଟାଣ କରିଛି ।