ଗଞ୍ଜାମ ଜିଲ୍ଲା(ରଜନୀକାନ୍ତ ପାତ୍ର ):ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଥାନା ଅଧୀନ ପିତଳ ଗ୍ରାମରେ ଗତ ପଞ୍ଚାୟତ ଇଲେକ୍ସନ କୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ।ଦୁଇ ଗୋଷ୍ଠିର ଚାରି ଜଣ ଆହତ ହୋଇଥିବା ସୂଚନା ମିଳୁଛି।ଗତ କାଲି ଏବଂ ଆଜି ଲଗାତାର ଦୁଇ ଗୋଷ୍ଠି ମଧ୍ୟରେ ମାର ପିଟ ରେ ଚାରି ଆହତ।ଆହତ ମାନେ ଗୋଟିଏ ଗୋଷ୍ଠିର ଗଗନ ଜେନା ଓ ଅନ୍ୟ ଗୋଷ୍ଠିର ବାବୁ ପ୍ରଧାନ, କାଂହୁ ମହାପାତ୍ର, ସନତ ପାତ୍ର । ଗତ କାଲି ରାତିରେ କାଂହୁ ମହାପାତ୍ର ଓ ସନତ ପାତ୍ର ଆହତ ହୋଇଥିବା ବେଳେ ଆଜି ତାହା ଉଗ୍ରରୂପ ନେଇ ବାବୁ ପ୍ରଧାନ ଓ ଗଗନ ଜେନା ଆହତ ହୋଇଛନ୍ତି।ସେମାନଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିଛି।ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି ।