ଭୁବନେଶ୍ଵର: ଦୁର୍ନୀତି ମାମଲାରେ ଦ୍ୱାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ORHDCର ପୂର୍ବତନ MD ତଥା IAS ବିନୋଦ କୁମାର । ଭିଜିଲାନ୍ସ କୋର୍ଟ ବିନୋଦଙ୍କ ସମେତ ମୋଟ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୩ ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ରହିଛି ।ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୬ ଜଣ ହେଲେ ସ୍ୱସ୍ତି ରଞ୍ଜନ ମହାପାତ୍ର, ପୂର୍ବତନ କମ୍ପାନୀ ସଚିବ, ପ୍ରଦୀପ କୁମାର ରାଉତ, ପୂର୍ବତନ ଆକାଉଣ୍ଟସ୍ ଅଧିକାରୀ, ସତ୍ୟ ପ୍ରକାଶ ବେହେରା, ପୂର୍ବତନ ଜୁନିଅର ଋଣ ଅଧିକାରୀ, ଜ୍ଞ। ନେନ୍ଦ୍ର ସ୍ୱାଇଁ, ପୂର୍ବତନ ସିଷ୍ଟମ୍ ଆନାଲିଷ୍ଟ, ଉମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ପୁନରୁଦ୍ଧାର ସହାୟକ ଓ ସଂଗ୍ରାମ କେଶରୀ ସାହୁ, M/S-Ecstasy ବିଲ୍ଡର୍ସ ଆଣ୍ଡ୍ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ।

ଆପଣଙ୍କୁ କହିରଖୁଛୁ ଯେ, ୫୨ ଲକ୍ଷ ୯୫ ହଜାର ସରକାରୀ ଅର୍ଥ ହେରଫେର୍ ଅଭିଯୋଗରେ IAS ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିଥିବା ସମୟରେ ବିନୋଦଙ୍କ ନାମରେ ସରକାରୀ ଅର୍ଥ ହେରଫେର୍ ଅଭିଯୋଗ ଆସିଥିଲା ।